Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
କେଜରିୱାଲଙ୍କ ଗିରଫଦାରିକୁ ନେଇ ଜର୍ମାନ ବୈଦେଶିକ ମନ୍ତ୍ରାଳୟର ଟିପ୍ପଣୀ, ଭାରତ ପକ୍ଷରୁ କଡା ବିରୋଧ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ଉପରେ ଜର୍ମାନ ମନ୍ତ୍ରଣାଳୟ ଦେଇଥିବା ମନ୍ତବ୍ୟକୁ ଭାରତ ତୀବ୍ର ସମାଲୋଚନା କରିଛି। ଭାରତର ଆଭ୍ୟନ୍ତରୀଣ ମାମଲାରେ ମନ୍ତବ୍ୟ ଦେବା ନେଇ କେନ୍ଦ୍ର ସରକାର ଜର୍ମାନ ଦୂତାବାସର ଉପ ପ୍ରମୁଖଙ୍କୁ ଡକାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଜର୍ମାନୀର ରାଜଦୂତଙ୍କ ନିକଟରେ ତୀବ୍ର ପ୍ରତିବାଦ ଜଣାଇଛି।
ଜର୍ମାନ ବିଦେଶ ମନ୍ତ୍ରାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫ ପରେ ମନ୍ତବ୍ୟ ଦେଇଥିଲା ଯେ, ନିରପେକ୍ଷ ତଦନ୍ତ ନ କରି ସାଧାରଣ ଲୋକ ଭଳି ତାଙ୍କୁ ଗିରଫ କରିବା ଆଇନର ଶାସନର ପରିପନ୍ଥୀ। ତାଙ୍କ କ୍ଷେତ୍ରରେ ମଧ୍ୟ ଆଇନର ଦ୍ୱାରସ୍ତ ହେବାର ଅଧିକାର ଅଛି ବୋଲି ଜର୍ମାନ ବିଦେଶ ମନ୍ତ୍ରାଳୟ ମନ୍ତବ୍ୟ ଦେଇଥିଲା।