Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜିଠାରୁ ଭାରତ ଫ୍ରାନ୍ସ ବାୟୁସେନାର ମିଳିତ ସମରାଭ୍ୟାସ

ଆଜି ଅର୍ଥାତ୍ ବୁଧବାର ଠାରୁ ରାଜସ୍ଥାନର ଯୋଧପୁ ରଠାରେ ଭାରତ ଓ ଫ୍ରାନ୍ସ ବାୟୁସେନା ମଧ୍ୟରେ ମିଳିତ ସମରାଭ୍ୟାସ ଆରମ୍ଭ ହେବ । ପାଞ୍ଚଦିନ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସକୁ 'ଡେଜର୍ଟ ନାଇଟ୍‌-୨୧' ନାମ ଦିଆଯାଇଛି ।

ଆଜି ଅର୍ଥାତ୍ ବୁଧବାର ଠାରୁ ରାଜସ୍ଥାନର ଯୋଧପୁ ରଠାରେ ଭାରତ ଓ ଫ୍ରାନ୍ସ ବାୟୁସେନା ମଧ୍ୟରେ ମିଳିତ ସମରାଭ୍ୟାସ ଆରମ୍ଭ ହେବ । ପାଞ୍ଚଦିନ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସକୁ ‘ଡେଜର୍ଟ ନାଇଟ୍‌-୨୧’ ନାମ ଦିଆଯାଇଛି । ଏହି ସମରାଭ୍ୟାସରେ ଭାରତ ପକ୍ଷରୁ ରାଫେଲ, ସୁଖୋଇ-୩୦, ମିରାଜ୍‌-୨୦୦୦, ଆୱାକ୍‌ସ (ଏୟାରବୋର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ) ଓ ଆକାଶରେ ଇନ୍ଧନ ଭରିପାରୁଥିବା (ରିଫୁଏଲିଂ) ବିମାନ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ପୂର୍ବରୁ ଭାରତ ଓ ଫ୍ରାନ୍ସ ବାୟୁସେନା ମିଳିତଭାବେ ଛଅଥର ଏଭଳି ସମରାଭ୍ୟାସ (ଗରୁଡ) ସମ୍ପାଦନ କରିସାରିଛନ୍ତି । ଭାରତ ପକ୍ଷରୁ ଆଇଏଲ-୭୮ ଟ୍ୟାଙ୍କର ଓ ଫ୍ରାନ୍ସ ପକ୍ଷରୁ ଏୟାରବସ୍ ଏ୩୩୦ ମଲିଟି ରୋଲ ଟ୍ୟାଙ୍କର ବିମାନ ସେମାନଙ୍କର ରଣକୌଶଳ ପ୍ରଦର୍ଶନ କରିବେ ।

Show More

Related Articles

Back to top button