Breaking PLUSଓଡ଼ିଶାମୁଖ୍ୟ ଖବର
ବର୍ଷୀୟାନ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ପରଲୋକ
ଓଡିଆ ସିନେ ଜଗତ ପାଇଁ ପୁଣି ଏକ ଦୁଃଖ ଖବର । ବର୍ଷୀୟାନ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ପରଲୋକ ହୋଇଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ରବି ମିଶ୍ରଙ୍କ ପରଲୋକ ନେଇ ପରିବାର ପକ୍ଷରୁ ଏନେଇ ସୂଚନା ମିଳିଛି ।
![](https://www.utkalprahari.com/wp-content/uploads/2021/01/cf6382ac0fbdd355ea1c9df213dcdb55f8a0654c05660de685b0fc5de95d8f88.jpg)
ଓଡିଆ ସିନେ ଜଗତ ପାଇଁ ପୁଣି ଏକ ଦୁଃଖ ଖବର । ବର୍ଷୀୟାନ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ପରଲୋକ ହୋଇଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ରବି ମିଶ୍ରଙ୍କ ପରଲୋକ ନେଇ ପରିବାର ପକ୍ଷରୁ ଏନେଇ ସୂଚନା ମିଳିଛି ।
ହୃଦ୍ଘାତରେ ବରିଷ୍ଠ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କିଛି ଦିନ ହେବ ସେ ଚିକିତ୍ସିତ ହେଉଥିଲେ । ମଞ୍ଚ, ଚଳଚ୍ଚିତ୍ର ଓ ଟେଲି ସିରିୟଲରେ ରବି ମିଶ୍ର ଅଭିନୟ କରି ଛନ୍ତି । ଟେଲି ସିରିୟଲ ଗୋପାଳ ରହସ୍ୟର ମୁଖ୍ୟ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା ।