ଓଡ଼ିଶାମୁଖ୍ୟ ଖବର

ଆଜିଠୁ ଓଜେଇଇ କାଉନସେଲିଂ

ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ବିଭିନ୍ନ ପାଠ୍ୟକ୍ରମ ପାଇଁ ଆଜିଠୁ ୱେବ୍‌ କାଉନ୍‌ସେଲିଂ କରାଯିବ । ବିଟେକ୍‌, ବିଆର୍କ, ବିପ୍ଲାନ୍‌, ବିକ୍ୟାଟ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ପାଠ୍ୟକ୍ରମର କାଉନ୍‌ସେଲିଂ ହେବ । ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍‌ରେ ଦେଖିପାରିବେ ।

ଆଜିଠୁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଓ ଚଏସ୍‌ ଲକିଂ ଆରମ୍ଭ ହେବ । ଯାହା ୨ ତାରିଖରେ ସରିବ । ୫ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକାଶ ପାଇବ । ୫ରୁ ୮ ତାରିଖ ଭିତରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ରିପୋର୍ଟିଂ ଓ ଫି’ ଦାଖଲ କରିବେ । ଏହାପରେ ବିଟେକ୍‌ ର‌୍ୟାଙ୍କଧାରୀ ଓ ଆଗରୁ ପଞ୍ଜୀକରଣ କରିନଥିବା ଜେଇଇ ମେନ୍‌ ର‌୍ୟାଙ୍କଧାରୀମାନେ ସ୍ୱତନ୍ତ୍ର ଓଜେଇଇ ପାଇଁ ୬ରୁ ୧୧ ନଭେମ୍ବର ଯାଏ ପଞ୍ଜୀକରଣ କରିପାରିବେ । ୧୪ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ ହେବ । ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୪ରୁ ୧୬ ତାରିଖ ଭିତରେ ଅନ୍‌ଲାଇନ୍‌ ରିପୋର୍ଟିଂ କରିବେ । ୨୧ ନଭେମ୍ବରରେ ଶେଷ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ ।

Show More

Related Articles

Back to top button