ଦେଶ ବିଦେଶ

ଏଣିକି ପାଣି ନଷ୍ଟ କଲେ କଟିବ ଚାଲାଣ

ଦେବାକୁ ହେବ ୫ ହଜାର ଟଙ୍କା ଫାଇନ୍

ପାଣି ନଷ୍ଟ ହେବାରୁ ବଞ୍ଚାଇବା ପାଇଁ ଚଣ୍ଡିଗଡ ନଗର ନିଗମ ବଡ ନିଷ୍ପତ୍ତି ନେଇଛି । ଏବେ ପାଣି ନଷ୍ଟ କରୁଥିବା ଲୋକଙ୍କ ଉପରେ ଚଣ୍ଡିଗଡ ମହାନଗର ନିଗମ ୫ହଜାର ଟଙ୍କାର ଫାଇନ୍ ଲଗାଇବ । ଅପ୍ରେଲ ୧୫ରୁ ଏହାର ଶୁଭାରମ୍ଭ କରାଯିବ । ଗ୍ରୀଷ୍ମ ଆରମ୍ଭରୁ ହିଁ ପାଣି ପାଇଁ ହାହାକାର ଦେଖିବାକୁ ମିଳୁଛି । ପାଣି ନଷ୍ଟ ହେବାରୁ ବଞ୍ଚାଇବା ପାଇଁ ଚଣ୍ଡିଗଡ ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ଆରମ୍ଭ କରାଯାଉଛି । ଚଣ୍ଡିଗଡରେ ଯଦି ଏବେ କେହି ପାଣି ନଷ୍ଟ କରୁଥିବା ଦେଖାଯାଏ ତେବେ ସେ ୫ହଜାର ଟଙ୍କା ଫାଇନ୍ ଗଣିବେ ।

ଚଣ୍ଡିଗଡ ମହାନଗର ନିଗମ ଏହି ଅଭିଯାନକୁ ସଫଳ କରିବା ପାଇଁ ଏକ ସ୍ପେଶାଲ ଟିମ୍ ଗଠନ କରିଛି । ଯେଉଁ ଟିମ୍ ପାଣି ନଷ୍ଟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଯେଉଁମାନେ ପାଣି ପାଇପ୍ ଲାଇନରେ ସିଧାସଳଖ ବୁଷ୍ଟର ପମ୍ପ ଲଗାଉଛନ୍ତି ସେମାନଙ୍କର ମଧ୍ୟ ଚାଲାଣ କଟାଯିବ । ଯଦି କାହା ଛାତ ଉପରେ ନିର୍ମିତ ଟାଙ୍କିରୁ ପାଣି ବୋହୁଥିବା ଦେଖିବାକୁ ମିଳେ ତେବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Show More

Related Articles

Back to top button