ଓଡ଼ିଶା

ନୂଆବର୍ଷରୁ ନୂଆ ନିୟମ, ଅନଲାଇନରେ ହେବ ପରିବହନ ବିଭାଗର ସବୁ କାର୍ଯ୍ୟ

ଆସନ୍ତାକାଲିଠୁ ଅର୍ଥାତ ନୂଆବର୍ଷରୁ ବଡ଼ ସଂସ୍କାର ଆଣିବାକୁ ପରିବହନ ବିଭାଗର ଉଦ୍ୟମ ।

ପରିବହନ ବିଭାଗର ଏଣିକି ନୋ ଅଫଲାଇନ କେବଳ ଅନଲାଇନ ବ୍ୟବସ୍ଥା । ଡ଼ିଏଲଠୁ ଆରମ୍ଭ କରି ଗାଡି ପରମିଟି ଭଳି ସମସ୍ତ କାର୍ଯ୍ୟ ଏଣିକି ଅନଲାଇନରେ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଏହିସବୁ କାର୍ଯ୍ୟରେ ମିଡ଼ିଲ ମ୍ୟାନ ବା ଦଲାଲମାନଙ୍କର ଭୂମିକା ରହୁଥିଲା ।

ଅନେକାଶଂରେ ମିଡ଼ିଲମ୍ୟାନ ମାନଙ୍କର ଭୂମିକା କମିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଆସନ୍ତାକାଲିଠୁ ଲାଗୁ ହେବ ।

Show More

Related Articles

Back to top button