ବାଣିଜ୍ୟ

ମହଙ୍ଗା ପେଟ୍ରୋଲ ଡିଜେଲ ମାଡରୁ ମିଳୁନି ନିସ୍ତାର

୩ ଟଙ୍କା ବଢିଲା ସିଏନଜି ଦର

ଜନତାଙ୍କୁ ମହଙ୍ଗା ମାଡରୁ ମିଳୁନି ମୁକ୍ତି । ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ପରେ ସିଏନଜି ଦାମ୍ ମଧ୍ୟ ବଢିବାରେ ଲାଗିଛି । ମଙ୍ଗଳବାର ସିଏନଜି କିଲୋ ପିଛା ୩ ଟଙ୍କା ମହଙ୍ଗା ହୋଇଛି । ଗତ ୭ ଦିନ ହେଲା ସିଏନଜିରେ ପ୍ରାୟ ୯ ଟଙ୍କା ୬୦ ପଇସା ବୃଦ୍ଧି ଘଟିଲାଣି । ଗତ କିଛିଦିନ ତଳେ ସିଏନଜି ଦାମ୍ ୨ ଟଙ୍କା ୫୦ ପଇସା ବଢିଥିଲା । ଗୁରୁବାର ପୁଣି ୩ ଟଙ୍କା ବଢିବା ପରେ ଦିଲ୍ଲୀରେ ସିଏନଜି ଦାମ୍ ୬୯ ଟଙ୍କା ୧୧ ପଇସା ଥିବା ବେଳେ ନୋଏଡା, ଗ୍ରେଟର୍ ନୋଏଡା, ଗାଜିଆବାଦରେ ୭୧ ଟଙ୍କା ୬୭ ପଇସା ରହିଛି । ଉତ୍ତର ପ୍ରଦେଶର ମୁଜାଫର ନଗର, ମେରଠ, ସାମଲିରେ ସିଏନଜି ୭୬ ଟଙ୍କା ୩୪ ପଇସାରେ ବିକ୍ରି ହେଉଛି । ଗୁରୁଗାଓଁରେ ସିଏନଜି କେଜି ପିଛା ୭୭ ଟଙ୍କା ୪୪ ପଇସା ରହିଛି । ରେବାଡିରେ କେଜି ପିଛା ସିଏନଜି ଦର ୭୯.୫୭ ଟଙ୍କା ରହିଛି ।

ବଢିନି ପେଟ୍ରୋଲ-ଡିଜେଲ ଦର

ତେବେ ଗୁରୁବାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିରୁ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି । କମ୍ପାନୀମାନେ ଦାମ୍ ବୃଦ୍ଧି କରିନାହାଁନ୍ତି । ଗତ ୧୭ ଦିନ ମଧ୍ୟରେ ପ୍ରାୟ ୧୦ ଟଙ୍କା ପେଟ୍ରୋଲ ଦର ବୃଦ୍ଧି ପାଇଲାଣି ।ଦୈନକ ପ୍ରାୟ ୮୦ ପଇସା ଲେଖାଏଁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି ।

Show More

Related Articles

Back to top button