ଆସନ୍ତା କାଲିଠାରୁ ଭକ୍ତଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସିଦ୍ଧ ଭୈରବୀ ପୀଠ
ରାଜ୍ୟରେ କରୋନା ଭାଇରସର ପ୍ରକୋପ କମିଛି । କରୋନା କଟକଣା କୋହଳ ହୋଇଛି

ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାର ପ୍ରାୟ ସମସ୍ତ ମନ୍ଦିର ଖୋଲିଛି । କିନ୍ତୁ ପୂଜକ-ପରିଚାଳନା କମିଟି ବିବାଦ ଯୋଗୁଁ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ମନ୍ତ୍ରୀ ଡିସ୍ଥିତ ପ୍ରସିଦ୍ଧ ସିଦ୍ଧ ଭୈରବୀ ପୀଠରେ ଭକ୍ତ ମାନେ ଦେବୀ ଦର୍ଶନରୁ ବଞ୍ଚିତ ହେଉଥିଲେ । ତେବେ ଆସନ୍ତା ମଙ୍ଗଳବାରରୁ ପୀଠ ଖୋଲିବ ବୋଲି ସୂଚନା ମିଳିଛି । ତା ପୂର୍ବରୁ ରବିବାର ମନ୍ଦିର ପରିସରକୁ କନିଷି ଅଗ୍ନିଶମ ବାହିନୀ ସହ ଯୋଗରେ ବିଶୋଧିତ କରାଯାଇଛି ।ଆସନ୍ତା ୯ ତାରିଖରୁ ଶ୍ରଦ୍ଧାଳୁମାନେ ଦେବୀଙ୍କ ଦର୍ଶନ ସହପୂଜାର୍ଚ୍ଚନା କରିପାରିବେ । ପ୍ରତ୍ୟେକ ସୋମବାର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପୀଠ ବନ୍ଦ ରହିବ ।
ସେହିଦିନ ମନ୍ଦିରକୁ ବିଶୋଧିତ କରାଯିବ ବୋଲି ସୂଚନା ଦେଇଛି ମନ୍ଦିର ପରିଚାଳନା କମିଟି । ଏନେଇ ମନ୍ଦିର କମିଟି, ସେଠାକାର ଉଠା ଦୋକାନୀ, ସ୍ଥାନୀୟବାସିନ୍ଦା ନିକଟରେ ବ୍ରହ୍ମପୁର ଉପଜିଲ୍ଲାପାଳ, ଛତ୍ରପୁରରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ।ଏହି ସପ୍ତାହରେ ଯେ କୌଣସି ଦିନ ମନ୍ଦିର ଖୋଲିବା ପାଇଁ ଗତ ଶୁକ୍ରବାର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ ନିର୍ଦ୍ଦେଶ ଦେଇଥିଲେ । ତେବେ ଉପଜିଲ୍ଲାପାଳଙ୍କ ନିଷ୍ପତ୍ତିକ୍ରମେ ମନ୍ଦିର କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଗୋକୁଳ ଚନ୍ଦ୍ରକରଙ୍କ ଉପସ୍ଥିତିରେ ରବିବାର ବିଶୋଧକ ସିଞ୍ଚନ କରାଯାଇଛି ।