ମନୋରଞ୍ଜନ

ଅଭିନେତ୍ରୀରୁ ନିର୍ମାତା ହେଲେ ପ୍ରୀତି ଜିଣ୍ଟା

ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଥିବା ଡିମ୍ପଲ୍ ଗାର୍ଲ ତଥା ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଶ୍ରେଷ୍ଠ ଫିଲ୍ମରେ ଅଭିନୟ କରିଛନ୍ତି

କେତେକ ଫିଲ୍ମ ପାଇଁ ତାଙ୍କୁ ଅନେକ ଆୱାର୍ଡ ମଧ୍ୟ ମିଳିଛିସାରିଛି । ଯଦିଓ ପ୍ରୀତି ଜିଣ୍ଟା ଅନେକ ସମୟ ଧରି ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି କିନ୍ତୁ ସେ ଖୁବଶୀଘ୍ର ନୂଆ ରୂପରେ ଫେରୁଥିବା ନେଇ ଚର୍ଚ୍ଚା ହେଉଛି । ଏବେ ପ୍ରୀତି ଜିଣ୍ଟା ଅଭିନେତ୍ରୀରୁ ଫିଲ୍ମ ନିର୍ମାତା ହୋଇ ଫେରୁଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଡିସନୀ ହଟଷ୍ଟାରର ଏକ ୱେବ୍ ସିରିଜକୁ ନିର୍ମାଣ କରିବାକୁ ଯାଉଛନ୍ତି ପ୍ରୀତି ଜିଣ୍ଟା ।ଏହି ୱେବ୍ ସିରିଜର ମୁଖ୍ୟ ଚରିତ୍ରରେ ପ୍ରୀତି ଜିଣ୍ଟାଙ୍କ ପୁରୁଣା ବନ୍ଧୁ ତଥା ଅଭିନେତା ହ୍ରିତିକ ରୋଶନଙ୍କୁ ଦେଖିବାକୁ ମିଳିବ । ଉଭୟ ‘କୋଈ ମିଲ୍ ଗୟା’ ଏବଂ ‘ମିଶନ କାଶ୍ମୀର’ ଭଳି ଅନେକ ଫିଲ୍ମରେ ଏଠାକି କାମ କରିଛନ୍ତି ।

ସେବେଠାରୁ ଉଭୟଙ୍କ ମଧ୍ୟରେ ଭଲ ସଂପର୍କ ରହିଛି । ତେଣୁ ସେ ଏହି ଓ୍ବେବ୍ ସିରିଜ୍ ପାଇଁ ହ୍ରିତିକଙ୍କୁ ସାଇନ୍ କରିଛନ୍ତି ।ଏକ ରିପୋର୍ଟ ଅନୁସାରେ ଏହି ୱେବ୍ ସିରିଜ୍ ‘ଦ ନାଇଟ୍ ମ୍ୟାନେଜର’ ଉପନ୍ୟାସ ଉପରେ ଆଧାରିତ । କାହାଣୀ ଏବଂ ଚରିତ୍ର ଟିକିଏ ଭିନ୍ନ ଥିବାରୁ ପ୍ରୀତି ଜିଣ୍ଟା ତାଙ୍କ ବନ୍ଧୁ ହ୍ରିତିକ ରୋଶନଙ୍କୁ ଏଥିପାଇଁ ବାଛିଛନ୍ତି । ସେ ମଧ୍ୟ ଏହି ଓ୍ବେବ୍ ସିରିଜ୍ ରେ ଅଭିନୟ ପାଇଁ ରାଜି ହୋଇଛନ୍ତି । ଓଟିଟି ପ୍ଲାଟଫର୍ମରେ ହ୍ରିତିକଙ୍କର ଏହା ପ୍ରଥମ ପ୍ରୋଜେକ୍ଟ । ସେପଟେ ପ୍ରୀତି ଜିଣ୍ଟା ମଧ୍ୟ ପ୍ରଥମ ଥର ଓଟିଟିରେ କୌଣସି ଓ୍ବେବ୍ ସିରିଜ୍ ନିର୍ମାଣ କରୁଛନ୍ତି ।

Show More

Related Articles

Back to top button