ସ୍ୱାସ୍ଥ୍ୟ

ଗବେଷଣାରୁ ଜଣାପଡିଛି: ଶରୀରର ହାଡ଼ ଠାରୁ ନେଇ ମଧୁମେହ ପର୍ଯ୍ୟନ୍ତ ଲବଙ୍ଗ ହିତକର

ଛୋଟ ଦେଖା ଯାଉଥିବା ଲବଙ୍ଗଟିର ଅନେକ ଗୁଣ ରହିଛି l ଲବଙ୍ଗର ବ୍ୟବହାର ସାଧାରଣତଃ ମସଲାରେ କରାଯାଇଥାଏ l ଲବଙ୍ଗ ଦ୍ୱାରା ଶରୀରକୁ ଗରମ ମିଳିଥାଏ ,ସେଥିପାଇଁ ଏହାର ବ୍ୟବହାର ଅନେକ ପ୍ରକାରର ଔଷଧ ପ୍ରସ୍ତୁତି ପାଇଁ କରାଯାଇଥାଏ

ଗବେଷଣାରୁ ଜଣା ପଡିଛି ଯେ ଲବଙ୍ଗ ଲିଭର କୁ ସୁସ୍ଥ ରଖିବା ସହିତ ରକ୍ତ ସର୍କରାକୁ ନିୟନ୍ତ୍ରିତ ରଖିଥାଏ l

ଲବଙ୍ଗରେ ଥିବା ପୋଷାକ ତତ୍ୱ – ଲବଙ୍ଗରେ ଫାଇବର ,ଭିଟାମିନ ଓ ଖଣିଜ ତତ୍ୱ ରହିଥାଏ l ସେଥିପାଇଁ ଏହାକୁ ଗବେଷକମାନେ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥାନ୍ତି l ଗୋଟିଏ ଚାମଚ ଲବଙ୍ଗରେ ୬ କ୍ୟାଲୋରୀ ଓ ୫୫ ପ୍ରତିସଦ ଆବଶ୍ୟକୀୟ ଜରୁରୀ ମାଙ୍ଗାନିଜ ମିଳିଥାଏ l

*ଆଣ୍ଟି ଆକ୍ସିଡେଣ୍ଟ ରେ ଭରପୁର -ଲବଙ୍ଗରେ ଆଣ୍ଟି ଆକ୍ସିଡେଣ୍ଟ ଭରପୁର ମାତ୍ରାରେ ମିଳିଥାଏ l ଆଣ୍ଟି ଆକ୍ସିଡେଣ୍ଟ ପୁରୁଣା ରୋଗକୁ ବଢାଇବାରୁ ରକ୍ଷା କରିଥାଏ l ଲବଙ୍ଗରେ ୟୁଜନାଲ ନାମକ ଯୌଗିକ ରହିଛି ,ଯାହା ଏକ ପ୍ରାକୃତିକ ଆଣ୍ଟି ଆକ୍ସିଡେଣ୍ଟ ଭାବରେ କାମ କରିଥାଏ l

*ଲିଭର ପାଇଁ ହିତକର – ଗବେଷଣାରୁ ଜଣା ପଡିଛି ଯେ ଲବଙ୍ଗରେ ମିଳିଥିବା କମ୍ପାଉଣ୍ଡ ଲିଭରର ସ୍ୱାସ୍ଥ୍ୟ ପାଇଁ ହିତକର l ଲବଙ୍ଗରେ ଥିବା ଉଜୋନାଲ ଲିଭରକୁ ସୁସ୍ଥ ରଖିଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ଉଜୋନାଲ ଲିଭରକୁ ସମସ୍ତ ପ୍ରକାର ସଂକ୍ରମଣରୁ ସୁସ୍ଥ ରଖିଥାଏ l

*ରକ୍ତ ଶର୍କରାକୁ ନିୟନ୍ତ୍ରିତ ରଖେ -ଗବେଷଣାରୁ ଜଣାପଡିଛି ଲବଙ୍ଗରେ ରହିଥିବା ତତ୍ୱ ରକ୍ତ ସର୍କରାକୁ ନିୟନ୍ତ୍ରିତ ରଖିଥାଏ l ଲବଙ୍ଗରେ ଥିବା ଖାସ ତତ୍ୱ ନାଇଜେରିସିନ ଇନ୍ସୁଲିନ ପ୍ରସ୍ତୁତ କରୁଥିବା କୋଷିକା ଗୁଡିକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ l

*ହାଡ଼କୁ ସୁସ୍ଥ ରଖିଥାଏ – ଅଧିକାଂଶ ଲୋକ ହାଡ଼ ଯୋଗୁ ଅନେକ ପ୍ରକାର ଗଣ୍ଠି ଯନ୍ତ୍ରଣା ପାଇଥାନ୍ତି l ଯେଉଁ କାରଣରୁ ଅଷ୍ଟପରସିସ ହେବାର ସମ୍ଭାବନା ରହିଥାଏ l ଗବେଷଣାରୁ ଜଣା ପଡିଛି ଯେ ଲବଙ୍ଗରେ ଥିବା ଉଜୋନାଲ ହାଡ଼ର ଘନତ୍ଵକୁ ବୃଦ୍ଧି କରିଥାଏ ଓ ହାଡ଼କୁ ମଝବୁତ କରିଥାଏ l

Show More

Related Articles

Back to top button