Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

୫ରୁ ୧୨ ବର୍ଷର ଶିଶୁଙ୍କୁ ଦିଆଯିବ ଟିକା !

ସୁପାରିଶ କଲା ଡିସିଜିଆଇ

୫ ରୁ ୧୨ ବର୍ଷର ପିଲାମାନଙ୍କ ପାଇଁ କରୋନା ଟିକା କୋର୍ବେଭାକ୍ସର ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଡି.ସି.ଜି.ଆଇ. ବିଶେଷଜ୍ଞ କମିଟି ସୁପାରିଶ କରିଛି । ଏହି ଟିକାର ପ୍ରସ୍ତୁତକାରୀ ବାୟୋଲୋଜିକାଲ-ଇ ଦାଖଲ କରିଥିବା ତଥ୍ୟର ସମୀକ୍ଷା କରାଯିବା ପରେ ଏହି ସୁପାରିଶ କରାଯାଇଛି । ସେପଟେ ୨ରୁ ୧୨ ବର୍ଷ ପିଲାଙ୍କ ନିମନ୍ତେ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅନୁମତି ଦେବା ପ୍ରସଙ୍ଗ କମିଟିର ବିଚାରାଧୀନ ରହିଛି । ଗତ ବର୍ଷ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ କୋଭାକ୍ସିନ ବ୍ୟବହାର ସମ୍ପର୍କିତ ପରୀକ୍ଷଣ ତଥ୍ୟ ଭାରତ ବାୟୋଟେକ, ବିଶେଷଜ୍ଞ କମିଟି ନିକଟରେ ରଖିଥିଲା ।

 

ଗତ ବର୍ଷ ଅକ୍ଟୋବର ମାସରେ ସବଜେକ୍ଟ ଏକ୍ସପର୍ଟ କମିଟି ୨ରୁ ୧୮ ବର୍ଷ ବୟସର ପିଲାଙ୍କ ନିମନ୍ତେ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି କେତେକ ସର୍ତ୍ତ ସହ ଦିଆଯାଇଥିଲା । ପରେ ଡିସେମ୍ବର ୨୦୨୧ରେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା ।

Show More

Related Articles

Back to top button