ଦେଶ ବିଦେଶମୁଖ୍ୟ ଖବର

ବୁଷ୍ଟର ଡୋଜ୍ ନେଇ ବି ୨୦ଦିନ ଅନ୍ତରରେ ୨ ଥର କରୋନା ସଂକ୍ରମିତ ହେଲେ ମହିଳା

ମିଳିଲା ୨ଟି ଭିନ୍ନ ଭିନ୍ନ ଭାରିଆଣ୍ଟ

କରୋନା ମହାମାରୀ ସହ ଗତ ଦୁଇ ବର୍ଷ ହେବ ସାରା ବିଶ୍ବ ସଂଘର୍ଷ କରୁଛି । ଏହି ସମୟ ମଧ୍ୟରେ କୋଟି କୋଟି ଲୋକ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏ ଭିତରେ କରୋନା ସଂକ୍ରମଣକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟମା ସାମ୍ନାକୁ ଆସିଛି । ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ, ସ୍ପେନ୍‌ର ଜଣେ ସ୍ବାସ୍ଥ୍ୟକର୍ମୀ ୨୦ ଦିନ ମଧ୍ୟରେ ଦୁଇ ଦୁଇ ଥର ସଂକ୍ରମିତ ହୋଇଛନ୍ତି । ଏହା ସଂକ୍ରମିତ ହେବାର ସବୁଠୁ କମ୍ ଅନ୍ତର ।

ସ୍ପେନୀୟ ବୈଜ୍ଞାନିକଙ୍କ କହିବା ଅନୁସାରେ ମ୍ୟାଡରିଡ୍‌ରେ ରହୁଥିବା ୩୧ ବର୍ଷ ବୟସ୍କା ମହିଳା ୨୦ ଦିନ ମଧ୍ୟରେ ଦୁଇ ଥର କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କଠାରେ କରୋନାର ଦୁଇଟି ଭିନ୍ନ ଭିନ୍ନ ଭାରିଆଣ୍ଟ ଦେଖିବାକୁ ମିଳିଥିଲା । ଡିସେମ୍ବର ଶେଷରେ ସେ ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ବେଳେ ଜାନୁଆରୀରେ ଓମିକ୍ରନ୍ ଦ୍ବାରା ସଂକ୍ରମିତ ହୋଇଥିଲେ ।

ବୈଜ୍ଞାନିକଙ୍କ କହିବା ଅନୁସାରେ ମହିଳାଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଥିଲା । ଏମିତିକି ତାଙ୍କୁ ବୁଷ୍ଟର ଡୋଜ୍ ମଧ୍ୟ ଦିଆଯାଇସାରିଥିଲା । ସମସ୍ତ ସୁରକ୍ଷା ପରେ ମଧ୍ୟ ମହିଳା ଜଣଙ୍କ କରୋନା ପଜିଟିଭ୍ ହୋଇଥିଲେ ।

ଅନୁସନ୍ଧାନକାରୀ ଡଃ ଜେମା ରେସିଓ କହିଛନ୍ତି ଯେ, ଯେଉଁମାନଙ୍କୁ କରୋନା ସଂକ୍ରମଣ ହୋଇସାରିଛି ସେମାନେ ଏହା ଭାବିବା ଉଚିତ ନୁହେଁ ଯେ ସେମାନେ ପୁଣି ସଂକ୍ରମିତ ହୋଇପାରିବେ ନାହିଁ ।

Show More

Related Articles

Back to top button