Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଜାନୁଆରୀ ୨୦ରୁ ହଜିଯିବ ଶୀତ

୨୩ରୁ ବର୍ଷା ସମ୍ଭାବନା !

ରାଜ୍ୟରୁ ଶୀତ ପୁଣି ଗାଏବ ହେବ । ଆସନ୍ତା ୨୦ ତାରିଖରୁ ରାତି ତାପମାତ୍ରା ୬ଡିଗ୍ରୀ ବଢ଼ିଯିବ । ଆଭ୍ୟନ୍ତର ଓଡ଼ିଶାରେ ୩ରୁ ୪ଡିଗ୍ରୀ ବଢ଼ିବ । ପୁଣି ୨୩ ତାରିଖରୁ ରାଜ୍ୟରେ ବର୍ଷା ଆଶଙ୍କା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ୨୩ ତାରିଖ ସୁଦ୍ଧା ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୬ଡିଗ୍ରୀ ସେଲସିୟସ୍‌ ବଢିବ । ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୪ଡିଗ୍ରୀ ବଢ଼ିବ । ୨୩ରୁ ପାଗ ମେଘୁଆ ରହିବ । ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ୨୩ ଓ ୨୪ ତାରିଖରେ ସ୍ୱଳ୍ପ ବର୍ଷା ଆଶଙ୍କା ରହିଛି । ୨୪ ଓ ୨୫ରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୩ରୁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବ ଓ କୁହୁଡ଼ି ବଢ଼ିବ । ୨୪ ଓ ୨୫ରେ ଉପକୂଳରେ ସାମାନ୍ୟ ମେଘୁଆ ପାଗ ରହିପାରେ । ସେହିଭଳି ଏହି ଦୁଇ ଦିନ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ୍‌ କମିବ । ୨୫ରୁ ସାରା ରାଜ୍ୟରେ ରାତି ତାପମାତ୍ରା କମିବ ଓ ଶୀତ ଅନୁଭୂତ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ତେବେ ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଜାରି ହୋଇଛି । ମଙ୍ଗଳବାର ଓ ବୁଧବାର ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ଅନୁଭୂତ ହେବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ କୁହୁଡ଼ି ହୋଇପାରେ ବୋଲି ସତର୍କ ସୂଚନା ଜାରି କରାଯାଇଛି । ୨୩ ତାରିଖ ପୂର୍ବରୁ ଆଳୁ ଫସଲରେ ଶୀର୍ଷ ସାର ପ୍ରୟୋଗ ସହ ପତ୍ରପୋଡା ରୋଗ ଦମନ ପାଇଁ ଔଷଧ ସିଞ୍ଚନ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ଏବେ ରାଶି, ମୁଗ ଓ ବିରି ଲଗାଇ ପାରିବେ । ପନିପରିବାର ତଳି ଲଗାଇବାକୁ ଥିଲେ ରାତିରେ କାଗଜ ଠୁଙ୍ଗାରେ ଘୋଡ଼ାଇ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

Show More

Related Articles

Back to top button