Breaking PLUSଦେଶ ବିଦେଶପାଣିପାଗମୁଖ୍ୟ ଖବର

IMD: ଜାନୁଆରୀ ୧୧ରୁ ୪ ରାଜ୍ୟରେ ପ୍ରବଳ ବର୍ଷା

ଗତ କିଛି ଦିନ ହେବ ରାଜଧାନୀରେ ପ୍ରବଳ ବର୍ଷା ହେତୁ ଜବଜୀବନ ଏକପ୍ରକାର ଅସ୍ତବ୍ୟସ୍ତି ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଆଇଏମଡି ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରିଛି ।

ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି କହିଛନ୍ତି ଯେ ଜାନୁୟାରୀ ୧୧ରୁ ଦେଶର କେନ୍ଦ୍ରୀୟ ଏବଂ ପୂର୍ବ ଭାଗରେ ପାଣିପାଗ ବିଗିଡିବାର ସମ୍ଭାବନା ରହିଛି । ଓଡ଼ିଶାରେ ଜାନୁଆରୀ ୧୧ ଓ ୧୨ ପାଇଁ ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଜାନୁୟାରୀ ୧୧ରେ କୁଆପଥର ମାଡ ସହ ବର୍ଷା ହେବ । ଏମିତି ରାସ୍ତା ଘାଟ ସହ ସଡକ ଓ ରେଳ ଚଳାଚଳରେ ବାଧା ସୃଷ୍ଟି ହେବ । ଏପରିକି ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥାପାଇଁ IMD ଅରେଞ୍ଜ ଆଲର୍ଟ’ ନେଇ ଚେତାବନୀ ଦେଇଛି ।

ସେହିଭଳି ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ଏହି ତିନୋଟି ରାଜ୍ୟ ପାଇଁ ଜାନୁୟାରୀ ୧୧ ରୁ ଜାନୁୟାରୀ ୧୩ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସତର୍କତା ଅନୁଯାୟୀ, ପାଣିପାଗ ଖରାପ ହେବା ସହ ସାଧାରଣ ଜନଜୀବନ ପ୍ରଭାବିତ ହୋଇପାରେ । ଦିଲ୍ଲୀରେ ମଧ୍ୟ ବର୍ଷା ବହୁ ପରିମାଣରେ ହ୍ରାସ ପାଇବ । ଜାନୁୟାରୀ ୧୧ରୁ ଜାନୁୟାରୀ ୧୭ ମଧ୍ୟରେ ବର୍ଷା ନହୋଇପାରେ । ସେହିଭଳି ରାଜସ୍ଥାନ, ହରିୟାଣା ଏବଂ ପଞ୍ଜାବ ପଶ୍ଚିମ ହିମାଳୟ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବର୍ଷାର ପରିମାଣ ଜାନୁଆରୀ ୯ରୁ କମିଛି ।

Show More

Related Articles

Back to top button