ଦୁର୍ଘଟଣାଦେଶ

୧୫୦ଫୁଟ୍‌ ତଳକୁ କାର୍ ଖସି ୪ଜଣଙ୍କର ମୃତ୍ୟୁ

ମୃତକ ସମସ୍ତେ ଗୋଟିଏ ଗାଁର ଅଟନ୍ତି

ଶିମଲା : ୧୫୦ଫୁଟ୍‌ ତଳକୁ କାର୍ ଖସି ୪ଜଣଙ୍କର ମୃତ୍ୟୁ । ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ହିମାଚଳ ପ୍ରଦେଶର ରାଜଧାନୀ ଶିମଲାର ରୋହଡୁରେ । ଶିମଲାର ରୋହଡୁସ୍ଥିତ ଛୁପାଡୀ ଗାଁ ନିକଟରେ ଖାଇକୁ ଖସି ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତେ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ କାରଟି ସମ୍ପୂର୍ଣ୍ଣ ଭାବେ ଚୁରମାର୍‌ ହେବାସହ ଘଟଣାକୁ ନେଇ ଶିମଲା ଏସପି ମୋନିକା ଭୁଟୁଙ୍ଗୁରୁ ସୂଚନା ଦେଇଛନ୍ତି ।

ଶିମଲା ପୋଲିସ କହିବା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରଟି ସମ୍ପୂର୍ଣ୍ଣ ଭାବେ ଚୁରମାର୍‌ ହୋଇଯାଇଛି । ଗାଡିଟି ନୂଆ ଥିଲା ଏବଂ ନିକଟରେ କିଣାଯାଇଥିବା ଅନୁମାନ କରାଯାଉଛି । ଭିତରେ ଥିବା ୪ ଜଣ ବ୍ୟକ୍ତି ଏକ ବିବାହ କାର୍ଯ୍ୟରୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୪ ଜଣ ହେଉଛନ୍ତି ଦିବେନ୍ଦର ଅତ୍ରୀ, ତ୍ରିଲୋକ ରାକଟା, ଆଶୀଷ ଏବଂ କୁଲଦୀପ । ମୃତକ ସମସ୍ତେ ଗୋଟିଏ ଗାଁର ବୋଲି ଜଣାପଡିଛି । ପୋଲିସ ମୃତ ଦେହ ଗୁଡିକୁ ଗ୍ୟାସ୍‌ କଟର ସାହାଯ୍ୟରେ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Show More

Related Articles

Back to top button