ଓଡ଼ିଶାଜୀବନଚର୍ଯ୍ୟାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱର : କାଲି ସନ୍ଧ୍ୟା ସାଢ଼େ ୭ଟାରେ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏକ ଘରୋଇ ହସ୍ପିଟାଲରେ ୯୦ ବର୍ଷ ବୟସରେ ଜୟନ୍ତୀଙ୍କର ମୃତ୍ୟୁ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପତ୍ନୀ ହେଉଛନ୍ତି ଜୟନ୍ତୀ ପଟ୍ଟନାୟକ। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସେ ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା ହୋଇଥିଲେ। ବ୍ରହ୍ମପୁର ଓ କଟକ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଶାଶୁ। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ଲୋକମାନେ ଶୋକ ପ୍ରକାଶ କରିଛନ୍ତି। ମୃତ ବେଳେ ତାଙ୍କ ନିକଟରେ ପୁଅ ପୃଥିବଲ୍ଲଭ ପଟ୍ଟନାୟକ ଓ ଝିଅ ସୁଦାତା ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ଆଜି ତାଙ୍କର ଶେଷକୃତ ସମ୍ପର୍ଣ୍ଣ କରାଯିବ।

Show More

Related Articles

Back to top button