ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ ହେଲେ କଂଗ୍ରେସର ପୂର୍ବତନ ବିଧାୟକ ଆସିଫ ମହମ୍ମଦ ଖାନ

ନୂଆଦିଲ୍ଲୀ : ଦୁର୍ବ୍ୟବହାର ଏବଂ ଧମକ ଦେବା ଅଭିଯୋଗରେ କଂଗ୍ରେସର ପୂର୍ବତନ ବିଧାୟକ ଆସିଫ ମହମ୍ମଦ ଖାନଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ବିଧାୟକ ଆସିଫ ମହମ୍ମଦ ରାଜ୍ୟ ନିର୍ବାଚନ ଆୟୋଗଙ୍କ ବିନା ଅନୁମତିରେ ତାୟାବ ମସ୍‌ଜିଦ ସମ୍ମୁଖରେ ଏକ ସଭା କରିଥିଲେ। ଏହାକୁ ନେଇ ପୋଲିସ ପଚରାଉଚରା କରିବାରୁ ଶାହିନ ବାଗ ଅଞ୍ଚଳର ଜଣେ ପୋଲିସ ଅଧିକାରୀଙ୍କୁ ସେ ଦୁର୍ବ୍ୟବହାର କରିଥିଲେ।

 

ସୂଚନାନୁସାରେ, ଶୁକ୍ରବାର ତାୟାବ ମସ୍‌ଜିଦ ସମ୍ମୁଖରେ କଂଗ୍ରେସ କର୍ପୋରେଟର ପ୍ରାର୍ଥୀ ଆରିବା ଖାନଙ୍କ ବାପା ତାଙ୍କ ସମର୍ଥକଙ୍କ ସହ ଲାଉଡସ୍ପିକର ବ୍ୟବହାର କରି ସଭାକୁ ସମ୍ବୋଧିତ କରୁଥିଲେ। ସେହି ସମୟରେ ପାଟ୍ରୋଲିଂ କରୁଥିବା ପୋଲିସ ଭିଡକୁ ଦେଖି ଏହି ସମାବେଶ ପାଇଁ ଅନୁମତି ନେଇଛନ୍ତି କି ନାହିଁ ପଚାରିବାରୁ ଆସିଫ ମହମ୍ମଦ ଖାନ ଏଥିରେ ରାଗିଯାଇ ଦୁର୍ବ୍ୟବହାର କରିଥିଲେ।

Show More

Related Articles

Back to top button