Breaking PLUSଦେଶ ବିଦେଶମୁଖ୍ୟ ଖବର
ହେଲିକପ୍ଟର ଦୁର୍ଘଟଣାରେ ଚିଲିର ପୂର୍ବତନ ରାଷ୍ଟ୍ରପତି ସେବେଷ୍ଟିୟନ ପିନେରାଙ୍କ ବିୟୋଗ

ସୈଣ୍ଟିୟାଗୋ, 7 ଫେବୃଆରୀ – ଚିଲି ଗଣରାଜ୍ୟର ପୂର୍ବତନ ରାଷ୍ଟ୍ରପତି 74 ବର୍ଷୀୟ ସେବେଷ୍ଟିୟନ ପିନେରାଙ୍କର ମଙ୍ଗଳବାର ଦିନ ଏକ ହେଲିକପ୍ଟର ଦୁର୍ଘଟଣାରେ ବିୟୋଗ ହୋଇଛି । ଆମେରିକାର ପ୍ରମୁଖ ଖବର କାଗଜ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ସାମରିକ ଏକଛତ୍ରବାଦୀ ଶାସନ ଶେଷ ହେବା ପରେ ପିନେରା ଚିଲିର ପ୍ରଥମ ରକ୍ଷଣଶୀଳ ନେତା ହୋଇଥିଲେ। ସେ ଦେଶର ଗଣତନ୍ତ୍ରକୁ ମଜବୁତ କରିବାରେ ସାହାଯ୍ୟ କରିଥିଲେ।
ଖବର ଅନୁଯାୟୀ, ଦ୍ୱିପ୍ରହର ପ୍ରାୟ ସାଢେ 3ଟା ବେଳେ ଦକ୍ଷିଣ ଚିଲିର ଲସ୍ ରିଓସ୍ ଅଞ୍ଚଳର ରାଙ୍କୋ ହ୍ରଦରେ ଚାରି ଜଣଙ୍କୁ ନେଇଯାଉଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତିନଜଣ ଲୋକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଚିଲିର ନୌସେନା ଦିବଂଗତ ପୂର୍ବ ରାଷ୍ଟ୍ରପତି ପିନେରାଙ୍କ ମୃତଦେହ ଉଦ୍ଧାର କରିଛି। ବିମାନ କିଏ ସଂଚଳାନ କିଏ କରିଥିଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ପିଏରା ନିଜର ହେଲିକପ୍ଟର ଉଡାଉଥିବା ନେଇ ଜଣାଶୁଣା ।