Breaking PLUSଦେଶ ବିଦେଶମୁଖ୍ୟ ଖବର

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସତୀଶ ପ୍ରସାଦ ସିଂହଙ୍କର ପରଲୋକ

ବିହାରରେ ବିଧାନସଭା ନିର୍ବାଚନ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସତୀଶ ପ୍ରସାଦ ସିଂହଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି । ସେ ଗତ କିଛି ଦିନ ହେବ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ

ବିହାରରେ ବିଧାନସଭା ନିର୍ବାଚନ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସତୀଶ ପ୍ରସାଦ ସିଂହଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି । ସେ ଗତ କିଛି ଦିନ ହେବ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ୫ ଦିନ ତଳେ ତାଙ୍କ ପତ୍ନୀଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିଲା । ସବୁଠାରୁ କମ୍‌ ଦିନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ରେକର୍ଡ ସତୀଶଙ୍କ ନାଁରେ ରହିଛି ।

୧୯୬୮ରେ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିରୁ ସତୀଶ ମାତ୍ର ୫ ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ। ପରେ ୧୯୮୦ରେ କଂଗ୍ରେସ ଟିକେଟରୁ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ। ୨୦୧୩ରେ ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। କିନ୍ତୁ ଅଳ୍ପ କିଛି ମାସ ମଧ୍ୟରେ ବିଜେପିରୁ ଇସ୍ତଫା ଦେଇଥିଲେ।

Show More

Related Articles

Back to top button