Breaking PLUSଓଡ଼ିଶାମୁଖ୍ୟ ଖବର

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଫରେଷ୍ଟ ଗାର୍ଡ ମୃତ

ରାତିରେ ପାଟ୍ରୋଲିଂ ବେଳେ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ । ଏଥିରେ ଜଣେ ଫରେଷ୍ଟର ଗାର୍ଡଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅନ୍ତର୍ଗତ ରେଙ୍ଗାଳିବାହାଲ ଅଞ୍ଚଳରେ ଏହି ଘଟଣା ଘଟିଛି । ମୃତ ଫରେଷ୍ଟର ହେଲେ ଜୁଗେଶ୍ୱର ବୁଡ଼େକ। । ଗତକାଲି ରାତିରେ କରମତଲା ବିଟ୍‌ର ଫରେଷ୍ଟର୍‌ଙ୍କ ସହିତ ମିଶି ସେ ପାଟ୍ରୋଲିଂରେ ଯାଇଥିଲେ ।

ଏତିକିବେଳେ ରେଙ୍ଗାଲବାହାଲ ଗାଁ ନିକଟ ଜଙ୍ଗଲରେ କିଛି ଦୁର୍ବୃତ୍ତଙ୍କୁ ସେମାନ ଧରିବାକୁ ଉଦ୍ୟମ କରିଥିଲେ । ଏତିକିବେଳେ କେହି ଜଣେ ତାଙ୍କ ଉପରେ ଗୁଳିମାଡ଼ କରିଥିଲା । ଜୁଗେଶ୍ୱର ବୁଡ଼େକ।ଙ୍କ ପେଟରେ ବାଜିଥିଲା ଗୁଳି । ତାଙ୍କୁ ସଇଁତଳା ମେଡିକାଲ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଧିକ ଖୋଳତାଡ ଚଳାଇଛି ସଇଁତଲା ଥାନା ପୋଲିସ । ଦୁର୍ବୃତ୍ତଙ୍କୁ ଖୋଜା ଚାଲିଛି ।

Show More

Related Articles

Back to top button