Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ତଦନ୍ତ ପାଇଁ ମନା କରୁନି ଭାରତ, ନିଜ ଅଭିଯୋଗ ଉପରେ ପ୍ରମାଣ ରଖୁ କାନାଡା- ଏସ ଜୟଶଙ୍କର

ଲଣ୍ଡନ- ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଭାରତ କୌଣସି ପ୍ରକାର ତଦନ୍ତକୁ ମନା କରୁନାହିଁ, କିନ୍ତୁ ନିଜ ଅଭିଯୋଗ ଉପରେ ପ୍ରଥମେ କାନାଡା ପ୍ରମାଣ ରଖୁ ।
5ଦିବସୀୟ ବ୍ରିଟେନ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, କାନାଡାରେ ଜଣେ ଖଲିସ୍ଥାନୀ ବିଚ୍ଛିନ୍ନତାବାଦୀର ହତ୍ୟାରେ ଭାରତ ସରକାରଙ୍କ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଉପରେ କାନାଡାକୁ ପ୍ରମାଣ ଦେବାକୁ କୁହାଯାଇଛି । ସେ କହିଛନ୍ତି ଭାରତ ତଦନ୍ତ ପାଇଁ ମନା କରୁନାହିଁ । କିନ୍ତୁ କାନାଡା ନିଜ ଅଭିଯୋଗ ଉପରେ କୌଣସି ପ୍ରମାଣ ଦେଇପାରିନାହିଁ । ଖାଲିସ୍ତାନ ସମର୍ଥକ କାର୍ଯ୍ୟକଳାପ ବିଷୟରେ ସେ କହିଛନ୍ତି ଯେ ବକ୍ତବ୍ୟ ବା ଅଭିବ୍ୟକ୍ତିର ସ୍ୱାଧୀନତା ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦାୟିତ୍ୱ ଆଣିଥାଏ ଏବଂ ସେହି ସ୍ୱାଧୀନତାର ଅପବ୍ୟବହାର ଏବଂ ରାଜନୈତିକ ଉଦ୍ଦେଶ୍ୟରେ ଏହାର ବ୍ୟବହାରକୁ ବରଦାସ୍ତ କରିବା ଭୁଲ ହେବ ।
ଏଠାରେ ସୂଚନାଯୋଗ୍ୟ, ଜୁନ 18ରେ ବ୍ରିଟିଶ କୋଲମ୍ବିଆରେ ଖଲିସ୍ଥାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ହୋଇଥିଲା । ଭାରତ ପକ୍ଷରୁ 2020ରେ ନିଜ୍ଜରକୁ ଆତଙ୍କବାଦୀ ଘୋଷଣା କରାଯାଇଥିଲା । ତେବେ ଏହି ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲେ କାନାଡା ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଦେଖାଦେଇଛି ।

Show More

Related Articles

Back to top button