ଓଡ଼ିଶାମୁଖ୍ୟ ଖବର

୨ ଦିନ କାଳବୈଶାଖୀ ପ୍ରଭାବରେ ବର୍ଷା

ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆଜି ଓ ଆସନ୍ତା କାଲି ବର୍ଷା ହେବାରେ ସମ୍ଭବାନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି

ରାଜ୍ୟର ଉପକୂଳବର୍ତ୍ତି ଜିଲା ଓ ମାଲକାନଗିରି, ରାୟଗଡା, କନ୍ଧମାଳ, ଜିଲାରେ ମଧ୍ୟ ବର୍ଷା ହେବାର ସମ୍ଭବାନା ରହିଛି। ଏହାସହ ଗୋଟିଏ କିମ୍ବା ୨ଟି ସ୍ଥାନରେ ଘଡଘଡି ସହ ବର୍ଷା ହୋଇ ପାରେ।ସେହିପରି ଆରବ ସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି।

ଭାରତୀୟ ପାଣିପାଗ କାର୍ଯ୍ୟଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ପୂର୍ବ ଆରବସାଗରରେ ଘୂର୍ଣ୍ଣିବଳୟ ଦେଖାଦେଇଛି। ଏବେ ଏହା ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେଇପାରେ। ଆସନ୍ତାକାଲି ଲାକ୍ଷାଦୀପ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇ ପାରେ। ସାମୁଦ୍ରିକ ଝଡରେ ପରିଣତ ହେବା ପରେ ଏହାର ନାମ ତଉକତେ ରଖାଯାଇଥିବା ବେଳେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ବୋଲି ଆକଳନ କରାଯାଉଛି।

Show More

Related Articles

Back to top button