ସ୍ୱାସ୍ଥ୍ୟ

ଅକ୍ଷୟ ତୃତୀୟାର ହିନ୍ଦୁ ଧର୍ମରେ କଣ ରହିଛି ମାନ୍ୟତା

ଏହିସବୁ ଉପାୟ କରି ମାତା ଲକ୍ଷ୍ମୀଙ୍କର କୃପା ଲାଭ କରନ୍ତୁ

ଓଡ଼ିଆ ପରିବାରରେ ଅକ୍ଷୟ ତୃତୀୟ ପ୍ରତେକ ବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟ ତିଥିରେ ଆମେ ସମସ୍ତେ ପାଳନ କରିଥାଉ l ପୌରାଣିକ ମତ ଅନୁସାରେ ଏହା ହିନ୍ଦୁ ମାନଙ୍କର ଗୋଟିଏ ବଡ଼ ପର୍ବ ଅଟେ ଓ ଏହି ଦିନକୁ ଧନବୃଦ୍ଧି ଏବଂ ସୁଖ ସମୃଦ୍ଧି ସହିତ ଜୋଡାହୋଇ ଦେଖା ଯାଏ l ମାନ୍ୟତା ଅନୁସାରେ ଏହି ଦିନକୁ ସବୁଠୁ ଶୁଭ ମୁହୂର୍ତ ଭାବରେ ସାରା ବର୍ଷରେ ଗଣନା କରାଯାଇଥାଏ l ଏହି ଦିନ ଗୃହ ପ୍ରବେଶ ,ବିଭିନ୍ନ ପ୍ରକାରର ବ୍ୟବସାୟ ପାଇଁ ଆରମ୍ଭ ଓ ବିଶେଷ କରି ଚାଷବାସ ପାଇଁ ଅକ୍ଷୟତୃତୀୟା ଦିନଟିର ବେଶ ମହତ୍ୱ ରହିଛି lଚଳିତ ବର୍ଷ ମଇ ମାସ ୧୫ ତାରିଖ ଦିନ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଅକ୍ଷୟ ତୃତୀୟ ପାଳନ କରାଯାଉଛି l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିଦିନ ଚାଷୀ ଚାଷ କରଜ୍ୟ ଆରମ୍ଭ କରିବା ପାଇଁ ଲଙ୍ଗଳ ଧରି ବିଲକୁ ଯାଇଥାଏ ଓ ଶସ୍ୟ ବୁଣା ଆରମ୍ଭ କରିଥାଏ l ଏହି ଦିନ ମା ଲକ୍ଷ୍ମୀଙ୍କର ବିଶେଷ ପୂଜା କରାଯାଇ ଅକ୍ଷୟ ଘଟ ଗୃହର ମୁଖ୍ୟ ଦ୍ୱାରା ଆଗରେ ସ୍ଥାପନ କରାଯାଏ l କୁହାଯାଏ ଯେ ଅକ୍ଷୟ ଘଟ ସ୍ଥାପନ କରିବା ଦ୍ୱାରା ମା ଲକ୍ଷ୍ମୀ ବିଶେଷ ଆଶୀର୍ବାଦ ଦେଇଥାନ୍ତି ଓ ଘର ସୁଖ ସମୃଦ୍ଧିର ପୁରୀ ଉଠିଥାଏ l

* ଧନପ୍ରାପ୍ତି ପାଇଁ ଅକ୍ଷୟ ତୃତୀୟ ଦିନଟି ଖୁବ ମହତ୍ୱ ରହିଛି l ଏହି ଦିନ ଆପଣ ୧୧ ଟି ଧଳା କଉଡ଼ି ନେଇ ଗୋଟିଏ ନାଲି ରଙ୍ଗର କପଡ଼ାରେ ବାନ୍ଧନ୍ତୁ ଓ ଏହାକୁ ମା ଲକ୍ଷ୍ମୀଙ୍କୁ ସମର୍ପଣ କରନ୍ତୁ l ଏଭଳି କରିବା ଦ୍ୱାରା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାନ୍ତି ଏବଂ ଆପଣଙ୍କ ଜୀବନ ଯଶ କୀର୍ତ୍ତିରେ ପୁରୀ ଉଠିଥାଏ l

* ମା ଲକ୍ଷ୍ମୀଙ୍କର ନଡ଼ିଆ ଖୁବ ପ୍ରିୟ ଅଟେ l ଏହି ଦିନ ଆପଣ ନଡ଼ିଆକୁ ଲକ୍ଷ୍ମୀଙ୍କୁ ସମର୍ପଣ କରନ୍ତୁ l ଏଭଳି କରିବା ଦ୍ୱାରା ଘରେ ସବୁବେଳେ କୁଶଳ ମଙ୍ଗଳରେ ଭରି ରହିଥାଏ l

* ଅକ୍ଷୟ ତୃତୀୟ ଦିନ ଦାନ ଓ ଧର୍ମ କରାଗଲେ ଅକ୍ଷୟ ଫଳ ପ୍ରାପ୍ତ ହୋଇଥାଏ l ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରାଇବା ପାଇଁ ହିନ୍ଦୁ ଧର୍ମରେ ଏହି ଦିନର ବିଶେଷ ମହତ୍ୱ ରହିଛି l ତେଣୁ ଅକ୍ଷୟତୃତୀୟା ଦିନ କିଛି ଭୋକିଲଙ୍କୁ ଖାଦ୍ୟ ଓ ବସ୍ତ୍ର ଦାନ କଲେ ଜୀବନରେ ପିତୃ ପୁରୁଷଙ୍କ ଆଶୀର୍ବାଦ ଲାଭ ହୋଇଥାଏ l

Show More

Related Articles

Back to top button