ଦେଶସ୍ୱତନ୍ତ୍ର

ଭାରତରେ ପ୍ରଥମ ଥର ପାଇଁ ଘରୋଇ କମ୍ପାନି ପକ୍ଷରୁ ଗୁଜୁରାଟରେ ତିଆରି ହେବ ମିଲିଟାରି ଟ୍ରାନ୍ସପୋର୍ଟ ବିମାନ

ଗୁଜୁରାଟରେ ତିଆରି ହେବ ମିଲିଟାରି ଟ୍ରାନ୍ସପୋର୍ଟ ବିମାନ । ବିଶ୍ବର ପ୍ରମୁଖ ବିମାନ ନିର୍ମାଣକାରୀଙ୍କ ମିଳିତ ଉଦ୍ୟମରେ ଏହା ନିର୍ମିତ ହେବ । ଏହି ପ୍ରକଳ୍ପ ପାଇଁ ବ୍ୟୟ ହେବ ୨୨ ହଜାର କୋଟି ଟଙ୍କା । କେନ୍ଦ୍ର ପ୍ରତିରକ୍ଷା ସଚିବ ଅଜୟ କୁମାର ଏନେଇ ସୂଚନା ଦେଇଛନ୍ତି ।

କେନ୍ଦ୍ର ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କ ସୂଚନା ଅନୁଯାୟୀ,ଭାରତରେ ପ୍ରଥମ ଥର ପାଇଁ କୌଣସି ଘରୋଇ କମ୍ପାନି ପକ୍ଷରୁ ମିଲିଟାରି ବିମାନ ନିର୍ମାଣ କରାଯିବ । ବିଶ୍ବର ପ୍ରମୁଖ ବିମାନ ନିର୍ମାଣକାରୀ କମ୍ପାନି ଏୟାରବସ ଓ ଟାଟା ଗ୍ରୁପ ମିଳିତ ଭାବେ ଏସବୁ ବିମାନ ନିର୍ମାଣ କରିବେ । ଏହି ପ୍ରକଳ୍ପ ପାଇଁ ୨୨ ହଜାର କୋଟି ଟଙ୍କା ବ୍ୟୟ ହେବ । ଏସବୁ ବିମାନ କେବଳ ସାମରିକ ଏବଂ ବେସାମରିକ କାମ ପାଇଁ ବି ବ୍ୟବହାର କରାଯାଇପାରିବ ।

ତେବେ ଆସନ୍ତା ରବିବାର ବରୋଦାଠାରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଏହି ପ୍ରକଳ୍ପ ଦ୍ବାରା ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।

 

Show More

Related Articles

Back to top button