Breaking PLUSଓଡ଼ିଶାମୁଖ୍ୟ ଖବର

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ମିଳିତ କ୍ରୀୟାନୁଷ୍ଠାନ କିମିଟି ପକ୍ଷରୁ ବିଧାୟକଙ୍କ ସହ ବୈଠକ ଅନୁଷ୍ଠିତ

ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ଯେପରି ସୁରୁଖୁରୁରେ ହେବ ଏବଂ ଯାତ୍ରାରେ ଯେପରି କୌଣସି ଆର୍ଥିକ ସଙ୍କଟ ଦେଖା ନଦେବ ସେନେଇ ଆଜି ଶୀତଳ ଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି।

ଗତ ୨ ବର୍ଷ ହେଲା କରୋନା କାରଣରୁ ଶୀତଳ ଷଷ୍ଠୀ ବିନା ଆଡମ୍ବରରେ ପାଳିତ ହୋଇଥିଲା। ଚଳିତ ବର୍ଷ କୋରୋନା ପରିସ୍ଥିତି ପୁରା ନିୟନ୍ତ୍ରଣରେ ରହିଥିହବାରୁ ଶୀତଳ ଷଷ୍ଠୀ ଯାତ୍ରା କମିଟିମାନେ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ନିଷ୍ପତି ନେଇଛନ୍ତି।

ଏଥିପାଇଁ ବିଧାୟକ ରୋହିତ ପୁଜାରୀ ଓ ନାଉରି ନାଏକ ସଂସ୍କୃତି ମନ୍ତ୍ରୀଙ୍କ ସହିତ ଯାଇ ଆଲୋଚନା କରିବାର ଯୋଜନା ରହିଛି l ଚଳିତ ବର୍ଷ ଯେପରି ଶୀତଳ ଷଷ୍ଠୀ ଯାତ୍ରାରେ ଅଧିକ ଅନୁଦାନ ମିଳିବ ସେନେଇ ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି l

Show More

Related Articles

Back to top button