
ଟ୍ରାଭେଲ କମ୍ପାନୀ ‘ମେକ୍ ମାଇଁ ଟ୍ରିପ୍’ ଗ୍ରାହକଙ୍କ ଲାଗି ନୂଆ ସୁବିଧା ନେଇ ଆସିଛନ୍ତି। ଏହି ନୂଆ ସର୍ଭିସ ହେଉଛି ‘ବୁକ୍ ନାଓ ପେ ଲେଟର’। ଏହି ସର୍ଭିସ୍ର ନାଁରୁ ହିଁ ଜାଣି ପାରୁଥିବେ ଏହାର ସୁବିଧା କଣ? ଅନେକ ସମୟରେ ଅଚାନକ ଆମର ଟ୍ରାଭେଲ ପ୍ଲାନ ହୋଇ ଯାଏ, ହେଲେ ପାଖରେ ଟିକେଟ୍ ପାଇଁ ପଇସା ନଥାଏ। ଏଥିରେ ମେକ୍ ମାଇଁ ଟ୍ରିପ୍ର ନୂଆ ସର୍ଭିସ କେତେ କାମର ତାହା ଅନୁଭବ କରି ପାରୁଥିବେ। ଆପଣ ପେମେଣ୍ଟ ନ କରି ଫ୍ଲାଇଟ୍ ଓ ହୋଟେଲ ବୁକ୍ କରିବା ସହ ପରେ ସରଳ କିସ୍ତିରେ ହୋଟେଲ ଓ ବିମାନ ଭଡ଼ା ସୁଝି ମଧ୍ୟ ପାରିବେ। ଏପରି ସେବା ପାଇଁ ମେକ୍ ମାଇଁ ଟ୍ରିପ୍ କେତେକ ବ୍ୟାଙ୍କ ସହ ରାଜିନାମା ମଧ୍ୟ କରିଛି। ଏଥିରେ ଏଚଡିଏଫସି ଓ ଆଇଡିଏଫସି ଆଦି ବ୍ୟାଙ୍କ ସହ ରାଜିନାମା ହୋଇଥିବା ଜଣାପଡିଛି।
ବୁକ୍ ନାଓ ପେ ଲେଟର ସ୍କିମ୍ କମ୍ପାନୀ ମାତ୍ର କିଛି ଦିନ ପୂର୍ବରୁ ହିଁ ଆରମ୍ଭ କରିଛି। ଏବେ ଏହି ସର୍ଭିସର ଲାଭ ଉଭୟ ଗ୍ରାହକ ଓ କମ୍ପାନୀଙ୍କୁ ବେଶ୍ ମିଳୁଛି।ଏହି ସର୍ଭିସ ଆରମ୍ଭ ଦିନରୁ କମ୍ପାନୀର ବୁକିଂରେ ହାରାହାରି ୬୦ ପ୍ରତିଶତ ଅଭିବୃଦ୍ଧି ଦେଖା ଯାଇଛି। ଗ୍ରାହକମାନେ ବିଶେଷ କରି ନୋ କଷ୍ଟ ଇଏମଆଇକୁ ଏଥିଲାଗି ବାଛୁଛନ୍ତି। ପ୍ରାୟ ୭୫ ପ୍ରତିଶତ ଗ୍ରାହକ ଏହି ଇଏମଆଇ ସୁବିଧାର ଏବେ ଲାଭ ନେଉଛନ୍ତି। ଏହି ସର୍ଭିସର ଲାଭ ନେଉଥିବା ଗ୍ରାହକଙ୍କୁ ଟ୍ରାଭେଲ ଓ ଟୁରର ୩ ମାସ ମଧ୍ୟରେ ସମସ୍ତ ବକେୟା ପୈଠ କରିବାକୁ ପଡୁଛି। ଯଦି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଗ୍ରାହକ ବିଲ ପୈଠ କରି ଦେଉଛନ୍ତି ତେବେ କୌଣସି ଜରିମନା ପଡୁ ନାହିଁ। ନଚେତ ଏ ବାବଦେ କମ୍ପାନୀ ଗ୍ରାହକଙ୍କଠାରୁ ସ୍ୱଳ୍ପ ଜରିମନା ଅସୁଲ କରୁଛନ୍ତି।