ଓଡ଼ିଶାମୁଖ୍ୟ ଖବର

ବାତ୍ୟା ନେଇ IMD ସତର୍କତା : ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ‘ତଉକତେ’

ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ମାଡିଆସୁଛି ବାତ୍ୟା ‘ତଉକତେ’ । ଭାରତ ପାଣିପାଗ ବିଭାଗ (ଆଇଏମଡି) ଏନେଇ ସତର୍କ କରାଇଦେଇଛି

ଆରବ ସାଗର ଉପରେ ମେ ୧୭ ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ‘ତଉକତେ’ । ପରେ ୧୮ ମେ ସୁଦ୍ଧା ଗୁଜୁରାଟ ଉପକୂଳ ଦେଇ ଏକ ଭୟଙ୍କର ଘୂର୍ଣ୍ଣିବଳୟ ରୂପ ନେଇ ଗତିକରିବ । ପାଣିପାଗ ବିଭାଗ ସୂଚନା ମୁତାବକ ଗଭୀର ଚାପ ଯୋଗୁଁ ଏହା ଅତ୍ୟନ୍ତ ବିପଜ୍ଜନକ ରୂପ ନେବା ଆରମ୍ଭ କରିଛି ।ଶନିବାର ସୁଦ୍ଧା ଏହା ଭୀଷଣ ଘୂର୍ଣ୍ଣିବଳୟରେ ପରିଣତ ହେବାକୁ ଯାଉଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

‘ତଉକତେ’ ଯୋଗୁଁ ଗୋଆ ଏବଂ ଦକ୍ଷିଣ କୋଙ୍କଣ ଅଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ଆସନ୍ତା ୧୬ରୁ ୧୯ ମଧ୍ୟରେ ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବା । ତେବେ ଯେତେବେଳ ଏହା ସ୍ଥଭାଗ ଛୁଇଁବ ସେତେବେଳେ ପ୍ବନର ବେଗ ବଢି ଅର୍ଥା ଘଣ୍ଟା ପ୍ରତି ୧୭୫ କିଲୋମିଟର ବେଗରେ ବହିବାର ଅନୁମାନ କରାଯାଉଛି ।

Show More

Related Articles

Back to top button