ଦେଶ ବିଦେଶବାଣିଜ୍ୟସ୍ୱାସ୍ଥ୍ୟ

କରୋନା ଟୀକା ପାଇଁ ଦେବାକୁ ପଡିପାରେ ଅର୍ଥ

ପ୍ରତି ଡୋଜକୁ ୨୭୦୦ ଟଙ୍କାରେ ବିକିବ ମୋଡେର୍ଣ୍ଣା

ସାରା ବିଶ୍ୱରେ ଏବେ ବି କରୋନା ଆତଙ୍କ ଜାରି ରହିଛି । ସଂକ୍ରମଣ ମାମଲା କମୁଥିଲେ ମଧ୍ୟ ବିପଦ ଟଳିନାହିଁ । ଏହି ସମୟରେ ବିଭିନ୍ନ ଭାକସିନର ପରୀକ୍ଷା ଚାଲିଛି । କିଛି କଛି ଭାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଏହାମଧ୍ୟରେ ଆମେରିକୀୟ ଭାକସିନ ମୋଡେର୍ଣ୍ଣା ଭାଇରସ ଉପରେ ୯୪.୫ ପ୍ରତିଶତ ପ୍ରଭାବୀ ସାବ୍ୟସ୍ତ ହୋଇଥିବା ଦାବି ହେଉଛି । କିନ୍ତୁ କମ୍ପାନୀ ଡୋଜ୍ ହିସାବରେ ସରକାରଙ୍କୁ ଭାକସିନ୍ ବିକ୍ରି କରିବ । ପ୍ରତି ଡୋଜର ମୂଲ୍ୟ ହେବ ୨୫ ଡଲାର ବା ୧୮୫୪ ଟଙ୍କାରୁ ୩୭ ଡଲାର ବା ୨୭୪୪ ଟଙ୍କା । ଭାରତ ମଧ୍ୟ ଏହି ଭାକସିନ୍ ପାଇଁ ମୋଡେର୍ଣ୍ଣା ସହ ଆଲୋଚନା ଜାରି ରଖିଛି ।କମ୍ପାନୀର ସିଇଓ ଷ୍ଟିଫେନ୍ ବାନସେଲ୍ କହିଛନ୍ତି ଯେ, ଭାକସିନର ମୂଲ୍ୟ ଅର୍ଡର ପରିମାଣ ଉପରେ ନିର୍ଭର କରିଥାଏ ।

ଏହି ଭାକସିନର ଦାମ୍ ସାମାନ୍ୟ ଫ୍ଲୁ ପାଇଁ ବ୍ୟବହୃତ ଔଷଧର ଦାମ୍ ସହ ସମାନ । ଏହା ୧୦ ଡଲାରରୁ ୫୦ ଡଲାର ମଧ୍ୟରେ ରହିବ । ତୃତୀୟ ପର୍ଯ୍ୟାୟରେ ଟିକା ଏମଆରଏନଏ-୧୨୭୩ ୯୪.୪ ପ୍ରତିଶତ ପ୍ରଭାବୀ ସାବ୍ୟସ୍ତ ହୋଇଛି । ସମସ୍ତ ସୁରକ୍ଷା ମାନଦଣ୍ଡକୁ ମଧ୍ୟ ନଜରରେ ରଖାଯାଇ ଭାକସିନ୍ ପ୍ରସ୍ତୁତ ହୋଇଛି ।ୟୁରୋପୀୟ ସଙ୍ଘ ମୋଡେର୍ଣ୍ଣାଠୁ ୨୫ ଡଲାରରୁ କମ୍ ମୂଲ୍ୟରେ ଭାକସିନ୍ ନେବାକୁ ଆଲୋଚନା କରୁଛି । ଏବେସୁଦ୍ଧା ଡିଲ୍ ହୋଇନାହିଁ । ଏହି ଭାକସିନ୍ ଏବେ ଦୁନିଆ ପାଇଁ ଆଶାର କିରଣ ଭାବେ ଉଭା ହୋଇଛି । ସୂଚନାଯୋଗ୍ୟ, ମୋଡେର୍ଣ୍ଣାର ଟ୍ରାଏଲର ପ୍ରାୟ ୩୦ ହଜାର ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ ।

Show More

Related Articles

Back to top button