ଦେଶ ବିଦେଶମୁଖ୍ୟ ଖବର

କରୋନା ସ୍ଥିତି ନେଇ ସନ୍ଧ୍ୟାରେ ଡାକ୍ତର ଏବଂ ଫାର୍ମା କମ୍ପାନୀ ସହ ଆଲୋଚନା କରିବେ ମୋଦୀ

ଦେଶରେ କରୋନା ମହାମାରୀ ତାଣ୍ଡବ ରଚିଥିବା ବେଳେ ସରକାର ନାକେଦମ ହୋଇଗଲେଣି। ଦେଶର ରାଜଧାନୀ ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ହେବାରୁ ୬ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି କେଜ୍ରିଓ୍ବାଲ ସରକାର

ସେପଟେ ରାଜ୍ୟ ସରକାର ଲକ୍‌ଡାଉନ୍‌ କଟକଣା ଲଗାଇପାରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି। ଏହା ସହ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ ସ୍ଥିତିକୁ ନେଇ ଦେଶର ଅଭିଜ୍ଞ ଡାକ୍ତରମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ। ଏହି ବୈଠକ ଅପରାହ୍ଣ ୪.୩୦ରେ ହୋଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ସନ୍ଧ୍ୟା ୬ଟାରେ ମୋଦୀ ବଡ଼ ବଡ଼ ଫାର୍ମା କମ୍ପାନୀଗୁଡ଼ିକ ସହ ମଧ୍ୟ ଆଲୋଚନା କରିବେ।

ସୂଚନାଯୋଗ୍ୟ, ୨୪ ଘଣ୍ଟାରେ ୨ ଲକ୍ଷ ୭୩ ହଜାର ୮୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୬୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୬୧୯ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୦ ଲକ୍ଷ ୬୧ହଜାର ୯୧୯ରେ ପହଞ୍ଚିଛି।

Show More

Related Articles

Back to top button