ବାଣିଜ୍ୟ

ଖସିଲା ସେନସେକ୍ସ ଓ ନିଫ୍ଟି

ଦେଶରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଯାହାର ପ୍ରଭାବ ସୋମବାର ସେୟାର ବଜାର ଉପରେ ପଡିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ସୋମବାର ସକାଳେ ୮୯୦ ଅଙ୍କ ହ୍ରାସ ପାଇ ୪୭୯୪୦ରୁ ଖୋଲିଥିଲା

ସକାଳ ୯ଟା ୪୦ରେ ଏହା ୧୪୪୮ ଅଙ୍କ ହ୍ରାସ ପାଇ ୪୭,୩୮୪.୬୪ରେ ପହଁଚି ଯାଇଥିଲା ।ସେହିପରି ନ୍ୟାଶନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ ବା ଏନଏସଇ ୩୧୧ ଅଙ୍କ ହ୍ରାସ ପାଇ ୧୪୩୦୬ରେ ଖୋଲିଥିଲା । କିଛି ସମୟ ପରେ ଏହା ୪୧୯ ଅଙ୍କ କମି ୧୪୧୯୮.୭୫ରେ ପହଁଚି ଯାଇଥିଲା ।

ଲାଲ୍ ରଙ୍ଗରେ ସବୁ ସେକ୍ଟର

ସମସ୍ତ ସେକ୍ଟରରେ ସୂଚକାଙ୍କ ସକାଳେ ଲାଲ୍ ରହିଥିଲା । ପିଏସୟୁ, ବ୍ୟାଙ୍କ, ଅଟୋ, ମେଟାଲ, ଇନଫ୍ରା, ଶକ୍ତି କ୍ଷେତ୍ର ଆଦିର ସେୟାର ୨ରୁ ୫ ପ୍ରତିଶତ ହ୍ରାସ ପାଇଥିଲା । ଏନଏସଇ ଆରମ୍ଭରେ ୧୮୩ଟି ସେୟାରରେ ବୃଦ୍ଧି ଓ ୬୧୫ ସେୟାରରେ ହ୍ରାସ ପରିଲକ୍ଷିତ ହୋଇଥିଲା ।

ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଘାତକ ସାବ୍ୟସ୍ତ ହୋଇଛି । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୪ ହଜାରରୁ ଅଧିକ କେସ୍ ସାମ୍ନାକୁ ଆସିଛି । ସରକାର ଅକ୍ସିଜେନର ଚାହିଦାକୁ ଦେଖି ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ପ୍ରଦାନ ଉପରେ ରୋକ୍ ଲଗାଇଛନ୍ତି ।

ଶୁକ୍ରବାର ସବୁର ଚିହ୍ନରେ ବନ୍ଦ ହୋଇଥିଲା ସେୟାର ବଜାର

ଗତ ସପ୍ତାହରେ ସେୟାର ବଜାରର କାରବାର ସବୁଜ ରଙ୍ଗରେ ବନ୍ଦ ହୋଇଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ବିଭିନ୍ନ ସେୟାର ମଜବୁତ ହୋଇଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଶୁକ୍ରବାର ସକାଳେ ୧୩୨ ଅଙ୍କ ବୃଦ୍ଧି ପାଇ ସେୟାର ବଜାର ଖୋଲିଥିବା ବେଳେ ୪୮,୮୩୨.୦୩ରେ ବନ୍ଦ ହୋଇଥିଲା ।

Show More

Related Articles

Back to top button