ବାଣିଜ୍ୟ

ଲଗାତାର ତୃତୀୟ ଦିନ ପାଇଁ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଦେଶରେ ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ତୈଳ କମ୍ପାନୀମାନେ ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି କରିଛନ୍ତି

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଫଳରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଲଗାତାର ୩ୟ ଦିନ ପାଇଁ ଦେଶରେ ବୃଦ୍ଧି ପାଇଛି ତୈଳ ଦର ।ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୯୦.୯୯ ଟଙ୍କା ପ୍ରତି ଲିଟର ଥିବା ବେଳେ ଡିଜେଲ ଲିଟର ପିଛା ୮୧.୪୨ ଟଙ୍କାକୁ ବୃଦ୍ଧି ପାଇଛି । ଗତ ୩ ଦିନ ମଧ୍ୟରେ ପେଟ୍ରୋଲ ୫୯ ପଇସା ଏବଂ ଡିଜେଲ ୬୯ ପଇସା ବୃଦ୍ଧି ଘଟିଲାଣି । ମାର୍ଚ୍ଚ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ପେଟ୍ରୋଲ ଦର ୨୧.୫୮ ଟଙ୍କା ବୃଦ୍ଧି ଘଟିଥିବା ବେଳେ ଡିଜେଲ ୧୯.୧୮ ପିଇସା ବୃଦ୍ଧି ଘଟିଛି ।

ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ଚାଲୁରହିଥିବା ବେଳେ ଦେଶରେ ତୈଳ ଦର ସ୍ଥିର ରହିଥିଲା । କିନ୍ତୁ ଗତ ୩ ଦିନ ହେଲା ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି ।ସେହିଭଳି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୨୪ ପଇସା ଏବଂ ଡିଜେଲ ୩୧ ପଇସା ବୃଦ୍ଧି ପାଇଛି । ଗୁରୁବାର ଭୁବନେଶ୍ବରରେ ପେଟ୍ରୋଲ ୯୧.୬୮ ଟଙ୍କା ରହିଥିବା ବେଳେ ଡିଜେଲ ଦର ରହିଛି ୮୮.୬୯ ଟଙ୍କା । ମେ ୩ ତାରିଖ ଯାଏଁ ଦର ସ୍ଥିର ରହିଥିବା ବେଳେ ଗତ ୩ ଦିନ ଧରି ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି ।

Show More

Related Articles

Back to top button