ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ପେଟ୍ରୋଲ-ଡିଜେଲ ଦର ଲଗାତାର ୩୭ ଦିନ ହେଲା ସ୍ଥିର

ଜାଣନ୍ତୁ କାହିଁକି ହେଉଥିଲା ତଳ ଉପର

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଗତ ୩୭ ଦିନ ହେଲା ସ୍ଥିର ରହିଛି। ତେବେ ଦୀପାବଳି ପୂର୍ବ ପରିସ୍ଥିତି ଉପରେ ନଜର ପକାଇଲେ ସପ୍ତାହରେ କେବେ କେବେ ଦୈନିକ ତୈଳ ଦରରେ କିଛି ନା କିଛି ମୂଲ୍ୟ ବୃଦ୍ଧି ହେଉଥିଲା। ତେବେ କେନ୍ଦ୍ର ସରକାରଙ୍କ ଉତ୍ପାଦନ ଶୁଳ୍କ ହ୍ରାସ ନିଷ୍ପତ୍ତି ଓ ରାଜ୍ୟମାନଙ୍କର ଭାଟ ରିହାତି ଯୋଗୁ ତୈଳ ଦର ହ୍ରାସ ହୋଇଥିଲା। ଯାହା ଏବେବି ସ୍ଥିର ରହିଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅନ୍ତର୍ଜାତୀୟ ତୈଳ ମୂଲ୍ୟ ଉପରେ ନିର୍ଭର କରିଥାଏ। ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଓ ହ୍ରାସ ସଙ୍ଗେ ସଙ୍ଗେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧି ଓ ହ୍ରାସ ଅନୁସାରେ ଦେଶରେ ଇନ୍ଧନ ମୂଲ୍ୟ ବର୍ଷତମାମ ତଳଉପର ହେଉଥାଏ। ଗତ ଦୀପାବଳି ପୂର୍ବରୁ ବ୍ରେଣ୍ଟ କ୍ରୁଡ ମୂଲ୍ୟ ଆକାଶ ଛୁଇଁଥିଲା। ଏହି ସମୟରେ କ୍ରୁଡ ୩ ବର୍ଷର ଶୀର୍ଷ ଦର ବାରଲ ପିଛା ୮୩ ଡଲାରରେ ପହଞ୍ଚିଥିଲା। ତେବେ ତା ପରଠାରୁ ନିୟମିତ ମୂଲ୍ୟ ହ୍ରାସ ହୋଇ ଚାଲିଥିବା ବେଳେ ବିଶ୍ୱରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ ଏ ଦିଗରେ ଏବେ ବେଶ ସହାୟକ ହୋଇଛି।

ଓମିକ୍ରନ ପ୍ରସାର ପରେ ବିଭିନ୍ନ ଦେଶରେ ଏବେ ତୈଳ ଚାହିଦା ହ୍ରାସ ଦେଖା ଦେଇଛି। ଏଣୁ ଅନ୍ତର୍ଜାତୀୟ ବଜାରରେ କ୍ରୁଡର ମଧ୍ୟ ମୂଲ୍ୟ ହ୍ରାସ ହୋଇଛି। କିଛି ସମୟ ପୂର୍ବରୁ ବାରଲ ପିଛା ୭୫.୧୫ ଡଲାରରେ କାରବାର କରୁଥିବା ବ୍ରେଣ୍ଟ କ୍ରୁଡ ଏବେ ୭୧ ଡଲାରକୁ ଖସି ଆସିଛି। ତେବେ ଅନ୍ତର୍ଜାତୀୟ ତୈଳ ବଜାର ଦର ପରେ ଘରୋଇ ଷ୍ଟକ୍ ମଧ୍ୟ ତୈଳ ଦର ହ୍ରାସର ଅନ୍ୟ ଏକ କାରକ ପାଲଟିଛି। ବଜାରରେ ତୈଳର ଉଚ୍ଚ ଦରକୁ ଦେଖି ସରକାର ସାମରିକ ଭଣ୍ଡାରରୁ ୫୦ ଲକ୍ଷ ବାରଲ କ୍ରୁଡ ଛାଡିବେ ବୋଲି ବିଚାର କରୁଛନ୍ତି। ଯଦି ସାମରିକ ମହଜୁଦରୁ କ୍ରୁଡ ବଜାରକୁ ଆସେ ତେବେ ଦେଶରେ ଇନ୍ଧନ ମୂଲ୍ୟ ଆହୁରି ହ୍ରାସ ହେବ ବୋଲି ଏବେ ଆକଳନ କରାଗଲାଣି।ଅନ୍ତର୍ଜାତୀୟ ବଜାରରେ ତୈଳ ଦର ନିୟନ୍ତ୍ରଣ ଲାଗି ଏବେ ଆମେରିକା, ଚୀନ ସମେତ ଅନେକ ବଡ଼ ବଡ଼ ଦେଶ ମଧ୍ୟ ଏହି ଉପାୟ ଅବଲମ୍ବନ କରୁଛନ୍ତି। ଏଥିରେ ଯଦି ଭାରତ ମଧ୍ୟ ନୀତିର ଅନୁସରଣ କରେ ତେବେ ଦେଶରେ ବଢି ରହିଥିବା ତୈଳ ଦର ଆହୁରି ହ୍ରାସ ହେବା ଏକ ପ୍ରକାର ନିଶ୍ଚିତ ।

Show More

Related Articles

Back to top button