ଦେଶ ବିଦେଶବାଣିଜ୍ୟ

କମ୍ପାନୀ ପାଇଁ ମାଗଣା ଖଟୁଛନ୍ତି ଭାରତର ଏକ ନମ୍ୱର ଧନୀ

ଚଳିତ ବର୍ଷ ମଧ୍ୟ ନେବେ ନାହିଁ ଦରମା

କମ୍ପାନୀ ପାଇଁ ମାଗଣା ଖଟୁଛନ୍ତି ଭାରତର ଏକ ନମ୍ୱର ଧନୀ ମୁକେଶ ଅମ୍ୱାନୀ। ଗତବର୍ଷ କୋଭିଡ୍‌ ସମୟରେ ବିନା ଦରମାରେ କାମ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ସେ ଦରମା ନେବେ ନାହିଁ । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ରେ ସେ କାର୍ଯ୍ୟ କରୁଥିବା ବେଳେ ଦରମା ବାବଦକୁ ଗତ ବର୍ଷ ଗୋଟିଏ ବି ଟଙ୍କା ସେ ନେଇନଥିଲେ । ମହାମାରୀ କାରଣରୁ କମ୍ପାନୀ ଉପରେ ବିଣିଜ୍ୟିକ ଓ ଅର୍ଥନୈତିକ ପ୍ରଭାବ ପଡିଥିବାରୁ ସେ ଦରମା ବାବଦ ଟଙ୍କା ନେଇନଥିଲେ । ଆର୍ଥିକ ବର୍ଷ ୨୦୨୦-୨୧ର ବାର୍ଷିକ ରିପୋର୍ଟରୁ ମୁକେଶଙ୍କ ଦରମା ଶୂନ ଥିବା ଜଣାପଡ଼ିଛି । ରିଲାଏନ୍ସର ଚେୟାରମ୍ୟାନ୍‌ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରୁଛନ୍ତି ।

ବିଶ୍ୱରେ କରୋନା ପ୍ରଭାବ ବିସ୍ତାର ସମୟରେ ଜୁନ୍‌ ୨୦୨୦ରେ ସେ ଆର୍ଥିକ ବର୍ଷ ୨୦୨୦-୨୧ ବର୍ଷ ପାଇଁ ଏକ ଟଙ୍କା ଦରମା ନେବେ ନାହିଁ ବୋଲି ଘୋଷଣା କରିଥିଲେ । ତେବେ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ମଧ୍ୟ ସେ ବିନା ଦରମାରେ କାମ କରିବା ନେଇ କହିଛନ୍ତି । ଗତବର୍ଷ ମଧ୍ୟରେ ସେ କୌଣସି ଭତ୍ତା, ଅବସର କାଳୀନ ଭତ୍ତା, ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇନଥିବା ବେଳେ ଚଳିତ ବର୍ଷ ମଧ୍ୟ କୌଣସି ସୁବିଧା ସୁଯୋଗ କମ୍ପାନୀଠାରୁ ନେବେ ନାହିଁ । ୨୦୦୮-୦୯ ମସିହାରେ ମୁକେଶ୍‌ ଅମ୍ୱାନୀ ୧୫ କୋଟି ଟଙ୍କା ଦରମା ନେଉଥିବା ବେଳେ ୨୦୧୯-୨୦ ରେ ମଧ୍ୟ ସେ ସମାନ ଦରମା ନେଉଥିଲେ । ଏହାରି ସହ ଅନ୍ୟାନ୍ୟ ସୁବିଧା ମିଶାଇ ୨୪ କୋଟି ଟଙ୍କା ପ୍ରତିବର୍ଷ ସେ ନେଉଥିବା ଜଣାପଡ଼ିଥିବା ବେଳେ ଦୁଇ ବର୍ଷ ପାଇଁ ଏହି ଟଙ୍କା କମ୍ପାନୀଠାରୁ ନେବେ ନାହିଁ ।

Show More

Related Articles

Back to top button