
ଅନ୍ୟ ଲୋକମାନେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏନେଇ ଦୁଃଖପ୍ରକାଶ କରିଥିବା ସେ ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାବା କେଦାରନାଥ ଧାମରେ ଦର୍ଶନ ଏବଂ ପୂଜା ସହ ସ୍ୱଚ୍ଛତା ରକ୍ଷା ଲାଗି ମଧ୍ୟ ଅନେକ ଶ୍ରଦ୍ଧାଳୁ ଯତ୍ନବାନ ଅଛନ୍ତି। ଅନେକ ସଂଗଠନ ଏବଂ ସ୍ୱୟଂସେବୀ ସ୍ୱଚ୍ଛ ଭାରତ ଅଭିଯାନ ଦିଗରେ କାର୍ଯ୍ୟ କରୁଛନ୍ତି
ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ମାସ ୫ ତାରିଖରେ ପରିବେଶ ଦିବସ ପାଳନ ଅବସରରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ସମସ୍ତେ ଯୋଗଦାନ କରିବା ଆବଶ୍ୟକ। ସେ ସମସ୍ତ ଶ୍ରୋତାଙ୍କୁ ସ୍ୱଚ୍ଛତା ରକ୍ଷା ଏବଂ ବୃକ୍ଷରୋପଣ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜୁନ୍ ୨୧ରେ ଆନ୍ତର୍ଜାତିକ ଯୋଗ ଦିବସରେ ଏହାକୁ ଅତ୍ୟନ୍ତ ଆଗ୍ରହର ସହ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନ ସମୟରେ ଯୁଗ କିଭଳି ବିଦେଶରେ ଲୋକପ୍ରିୟ ହୋଇପାରିଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି। ଅମୃତ ମହୋତ୍ସବକୁ ଦୃଷ୍ଟିରେ ରଖି ଦେଶର ୭୫ଟି ପ୍ରମୁଖ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ ବୋଲି ଶ୍ରୀ ମୋଦି କହିଛନ୍ତି।