Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ବୁଷ୍ଟର ଡୋଜ ପାଇଁ ଜରୁରୀ ନୁହେଁ ପଞ୍ଜିକରଣ

ଘରୋଇ ଟିକାକରଣ କେନ୍ଦ୍ର ପାଇଁ ଦର ଧାର୍ଯ୍ୟ

୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କ ପାଇଁ ବୁଷ୍ଟର ଡୋଜ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ସଚିବଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ଘରୋଇ ଟିକାକରଣ କେନ୍ଦ୍ର ଟିକାକରଣ ପାଇଁ ସେବା ଶୁଳ୍କ ରୂପେ ସର୍ବାଧିକ ୧୫୦ ଟଙ୍କା ନେଇପାରିବେ ବୋଲି ସ୍ଥିର କରାଯାଇଛି।କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ଜଣେ ବ୍ୟକ୍ତି ପ୍ରଥମ ଦୁଇଟି ଡୋଜ ଯେଉଁ ଟିକାର ନେଇଥିବ ପ୍ରିସକନ ଡୋଜ ମଧ୍ୟ ସେହି ଟିକାର ଦିଆଯିବ । ବୁଷ୍ଟର ଡୋଜ ପାଇଁ ଅଲଗା ପଞ୍ଜିକରଣର ଆବଶ୍ୟକତା ନାହିଁ। ସରକାର କହିଛନ୍ତି, ସମସ୍ତ ଲାଭାର୍ଥୀ ପୂର୍ବରୁ ହିଁ କୋୱିନରେ ପଞ୍ଜିକୃତ ଅଛନ୍ତି। ଆସନ୍ତା ଏପ୍ରିଲ ୧୦ ତାରିଖରୁ ଘରୋଇ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁମାନଙ୍କ ଦୁଇଟି ଟିକା ନେବାର ୯ ମାସ ବିତିସାରିଥିବା ସେମାନେ ଏଥିପାଇଁ ଯୋଗ୍ୟ ହେବେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର କହିଥିଲା, ସରକାରୀ ଟିକାକରଣ କେନ୍ଦ୍ରରେ ୬୦ ବର୍ଷରୁ ଉର୍ଦ୍ଧ୍ୱର ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ମାଗଣାରେ ଦିଆଯିବା କାର୍ଯ୍ୟକ୍ରମ ଜାରି ରହିବ।

ଦେଶରେ ଟିକାକରଣର ସ୍ଥିତି

୧୨-୧୪ ବର୍ଷ ୨.୧୬ କୋଟି ଡୋଜ

୧୫-୧୭ ବର୍ଷ ୯.୬୯ କୋଟି ଡୋଜ

୧୮-୪୪ ବର୍ଷର ୧୦୭ କୋଟି ଡୋଜ

୪୫-୬୦ ବର୍ଷ ୪୦.୪୪ କୋଟି ଡୋଜ

୬୦ ବର୍ଷରୁ ଅଧିକ ୨୫.୭୦ କୋଟି ଡୋଜ

Show More

Related Articles

Back to top button