Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଗାଜାରେ ଭୋଜନ ଓ ପାଣି ସଙ୍କଟ

ଜେରୁଜେଲମ- ଗାଜାରେ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଯୋଗୁ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ଖାଦ୍ୟ ଓ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି । ଖାଦ୍ୟ ସାମଗ୍ରୀ ପାଇଁ ଲୋକଙ୍କୁ ଲାଇନରେ ଠିଆ ହେବାକୁ ପଡୁଛି । ଗୋଟିଏ ଢୋକ ପାଣି ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ମିଳିତ ଜାତିସଂଘର ଅଧିକାଂଶ ମାନବୀୟ ସହାୟତା କେନ୍ଦ୍ର ବାହାରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ।
ଗଣମାଧ୍ୟମ ରିପୋର୍ଟ ମୁତାବକ, ଅଲ-ବଲାହର ସହରରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ମିଳିତ ଜାତିସଂଘର ସହାୟତା କେନ୍ଦ୍ରର କାମ କରୁଥିବା କର୍ମଚାରୀଙ୍କ ନିକଟରେ ମାଆମାନେ ଆକୁଳ ନିବେଦନ କରିଛନ୍ତି । ସେମାନଙ୍କ ଶିଶୁମାନେ ଭୋକିଲା ଥିବା, ଥକିଯାଇଥିବା କହି କାନ୍ଦି କାନ୍ଦି ଗୁହାରି କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଯୋଗୁ ଏବେ ସୁଦ୍ଧା 10ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଉତ୍ତର ଗାଜାରୁ ହଜାର ହଜାର ଲୋକେ ଘର ଛାଡି ପଳାଇଛନ୍ତି । ଦକ୍ଷିଣ ଗାଜାରେ ଖାଦ୍ୟ ଓ ପାନୀୟ ସଙ୍କଟ ଦେଖାଦେଇଛି ।

Show More

Related Articles

Back to top button