Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଲଗାଣ ବର୍ଷା ଯୋଗୁଁ ଆସାମରେ ବନ୍ୟା: ୧୯୨ ଜଣଙ୍କ ମୃତ୍ୟୁ

ଗୁଆହାଟି : ରାଜ୍ୟରେ ଗତ କିଛିଦିନ ହେବ ଲାଗିରହିଥିବା ଲଗାଣ ବର୍ଷାରେ ବନ୍ୟା ସୃଷ୍ଟି ହୋଇଛି । କିଛି ରାଜ୍ୟରେ ଭୂସ୍ଖଳନ ଯୋଗୁ କେତେକ ଲୋକେ ପ୍ରାଣ ହରାଇଲେଣି । ଇତିମଧ୍ୟରେ ଆସାମରେ ବନ୍ୟା ଓ ଭୂସ୍ଖଳନରେ ସବୁଠାରୁ ଅଧିକ ଲୋକ ପ୍ରଭାବିତ ହେବା ସହ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଆସାମରେ ହୋଇଥିବା ସୂଚନାମିଳିଛି । ଚଳିତବର୍ଷ ଆସାମରେ ଆସିଥିବା ବନ୍ୟା ଓ ଭୂସ୍ଖଳନରେ ଏପର୍ଯ୍ୟନ୍ତ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନାମିଳିଛି। ସେହିପରି ମୋଟ ୧୨ଟି ଜିଲ୍ଲାରେ ପାଖାପାଖି ୫.୩୯ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । କୁହାଯାଉଛି କି ଆସାମର ହୌଲାକାଣ୍ଡି ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟାରେ ପାଣିରେ ବୁଡିଯିବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଚଳିତ ବର୍ଷ ବନ୍ୟାରେ ୧୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣଙ୍କର ଭୂସ୍ଖଳନ ଯୋଗୁ ମୃତ୍ୟୁ ହୋଇଥିବା ସୂଚନାମିଳିଛି ।

Show More

Related Articles

Back to top button