Breaking PLUSଓଡ଼ିଶାମୁଖ୍ୟ ଖବର

ଝାଡ଼ଖଣ୍ଡରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି

ବାତ୍ୟା 'ୟାସ୍' ପ୍ରଭାବରେ ଝାଡ଼ଖଣ୍ଡରେ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ବାତ୍ୟା ‘ୟାସ୍’ ପ୍ରଭାବରେ ଝାଡ଼ଖଣ୍ଡରେ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ବାଲେଶ୍ବର ଜିଲ୍ଲାର ଜାମୋସଲା ଘାଟରେ ଏହି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଜଳ ସ୍ତର ୫୦.୮୮ ମିଟର ଛୁଇଁଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

“ପ୍ରବଳ ବର୍ଷା ହେତୁ ପଡୋଶୀ ରାଜ୍ୟ ଗାଲୁଡିହି ବ୍ୟାରେଜ ଖୋଲି ଦେଇଥିଲା। ଯାହା ଫଳରେ ଓଡ଼ିଶାର ତଳମୁଣ୍ଡରେ ଜଳ ସ୍ତର ବୃଦ୍ଧି ପାଇଛି” ବୋଲି ସେ କହିଛନ୍ତି।

ତେବେ ରାଜଘାଟରେ ଏହି ବିପଦ ସଙ୍କେତ ତଳେ ଜଳସ୍ତର ପ୍ରବାହିତ ହେଉଛି। ଅପରପକ୍ଷେ ନଦୀ ନିକଟରେ ରହୁଥିବା ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସତର୍କ କରାଇବା ସହ ଆବଶ୍ୟକ ସ୍ଥଳେ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରେ।

Show More

Related Articles

Back to top button