
ଆଜି ଜାଗରରେ ନୂଆପଡା ଜିଲ୍ଲାରେ ବଡ ସଡକ ଦୁର୍ଘଟଣା। ପଦ୍ମପୁର ଅନ୍ତର୍ଗତ ସ୍ଥାନୀୟ ମହାମାୟା କଲେଜ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଗଛରେ ପିଟିହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତରଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏବଂ ଏହା ପୂର୍ବରୁ ସୋମବାର ବିଳମ୍ବିତ ରାତ୍ରିରେ ଅନୁଗୁଳ ପାଲଲହଡ଼ା କଣ୍ଟିଆପଶି ବାଇପାସ ଛକ ନିକଟରେ ମମର୍ନ୍ତୁଦ ସଡକ ଦୁର୍ଘଟଣାରେ ମଧ୍ୟ ୫ ଜଣ ପ୍ରାଣ ହରାଇଛନ୍ତି । କଣ୍ଟିଆପଶି ବାଇପାସ ଛକ ନିକଟରେ ଛିଡା ହାେଇଥିବା ଟ୍ରକକୁ ଏକ କାର୍ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଏବଂ ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଇଞ୍ଜିଡି ଗାଁର ବୋଲି ସୂଚନା ମିଳିଛି ।