Breaking PLUSଖେଳ

ଟି-୨୦ ବିଶ୍ୱକପ: ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ

ଟି-୨୦ ବିଶ୍ୱକପ ୨୦୨୧ରେ ଆଜି ପ୍ରଥମ ସେମିଫାଇନାଲ ଲଢେଇ । ଏହି ଲଢେଇରେ ଆଜି ମୁହାଁମୁହଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ସନ୍ଧ୍ୟା ୭ଟା ୩୦ ମିନିଟରେ ଆବୁଧାବିରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ଉଭୟ ଟିମ୍ ମ୍ୟାଚ୍ ଜିତି ଫାଇନାଲ୍ ଖେଳିବା ପାଇଁ ଉଦ୍ୟମ କରିବେ । ଟିମ ଇଂଲଣ୍ଡ ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିଥିବାବେଳେ ନ୍ୟୁଜିଲାଣ୍ଡ ଟିମର ଖେଳାଳିମାନେ ମଧ୍ୟ ଫର୍ମରେ ଅଛନ୍ତି ।

ଇଂଲଣ୍ଡର ଜୋସ୍ ବଟଲର, ଜନି ବେୟାରଷ୍ଟୋ, ଅଧିନାୟକ ଓ ମୋରଗାନଙ୍କ ଉପରେ ରହିବ ସଭିଙ୍କ ନଜର । ସେପଟେ ବ୍ୟାଟିଂ ଲାଇନ୍ ଉପରେ ଅଧିକ ଭରସା କରିବ କିଓ୍ୱି ଟିମ୍ । ଓପନର ମାର୍ଟିନ ଗୁପତିଲ୍, ଅଧିନାୟକ ଓ୍ବିଲିୟମସନ୍, ମିଚେଲଙ୍କ ଉପରେ ରହିବ ଗୁରୁ ଦାୟିତ୍ୱ । ଟିମ୍ ସାଉଥି, ଟ୍ରେଣ୍ଟ ବୋଲ୍ଟ ଓ ସୋଡି ବୋଲିଂରେ କମାଲ କରିବା ନେଇ ଦଳ ଆଶାବାଦୀ ରହିଛି । ଉଭୟ ଟିମ୍ ସୁପର ଟୁଏଲଭରେ ୫ଟି ଲେଖାଏଁ ମ୍ୟାଚ୍ ଖେଳି ୪ଟିରେ ବିଜୟ ହାସଲ କରିଛନ୍ତି । ଇଂଲଣ୍ଡ ଗ୍ରୁପ Aର ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ଥିବାବେଳେ ନ୍ୟୁଜିଲାଣ୍ଡ B ଗ୍ରୁପର ଦ୍ୱିତୀୟ ସ୍ଥାନରେ ରହିଛି ।

 

Show More

Related Articles

Back to top button