Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ ଅଫ୍ ମାର୍କ ତାଲିକା, ବିଜ୍ଞାନ, ବାଣିଜ୍ୟ ଓ କଳାରେ ରେଭେନ୍ସା ଆଗରେ

ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଥିବାବେଳେ ବିଜ୍ଞାନ, ବାଣିଜ୍ୟ ଓ କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି।

ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଥିବାବେଳେ ବିଜ୍ଞାନ, ବାଣିଜ୍ୟ ଓ କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି।

ରେଭେନ୍ସା ଜୁନିଅର କଲେଜରେ ପ୍ରଥମ ସ୍ଥାନରେ ଅର୍ଥାତ କଳାରେ କଟ୍ ଅଫ୍ ମାର୍କ ୭୨.୫% ରହିଛି। ୭୧.୮୩% ମାର୍କ ସହିତ ଦ୍ୱିତୀୟରେ ବିଜେବି ଜୁନିଅର କଲେଜ ରହିଛି। ୩ୟରେ ରାଉରକେଲା ସରକାରୀ ଜୁନିଅର କଲେଜ ୬୭.୮୩% ରହିଛି।

ରେଭେନ୍ସାରେ ବିଜ୍ଞାନରେ ସର୍ବାଧିକ କଟ୍ ଅଫ୍ ମାର୍କ ୮୯% ରହିଛି। ବିଜ୍ଞାନରେ ଦ୍ୱିତୀୟରେ ବିଜେବି ଜୁନିଅର କଲେଜ ୮୮.୬% ଓ ୮୬.୬୭% ସହ ୩ୟରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦିର ରହିଛି।

ବାଣିଜ୍ୟରେ କଟ୍ ଅଫ୍ ମାର୍କ ୭୫.୮୩% ସହ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ୭୫.୫% ସହ ୨ୟରେ ରାଉରକେଲା ସରକାରୀ ଜୁନିଅର କଲେଜ ଓ ବାଣିଜ୍ୟରେ ୭୪% ସହ ତୃତୀୟରେ ବିଜେବି ଜୁନିଅର କଲେଜ ରହିଛି।

ସୂଚନାଯୋଗ୍ୟ, ଆସନ୍ତା ୨୧ରୁ ୨୬ ତାରିଖ ମଧ୍ୟରେ ବିଭିନ୍ନ କଲେଜରେ  ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ।

Show More

Related Articles

Back to top button