ଓଡ଼ିଶାଦୁର୍ଘଟଣାମୁଖ୍ୟ ଖବରସ୍ୱତନ୍ତ୍ର

ଫିରିଙ୍ଗିଆରେ ଦୁର୍ବୁତ୍ତଙ୍କ ଗୁଳି ମାଡ଼ ,୨ ଆହତ

ଫିରିଙ୍ଗିଆରେ ଦୁର୍ବୁତ୍ତଙ୍କ ଗୁଳି ମାଡ଼ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ନୂଆପଦର ପଂଚାୟତ ବିଲୁ ପଦର ଗ୍ରାମରେ ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି l ସେମାନଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଗୁରୁତର ଆହତ ଦୁଇଜଣ ହେଲେ ପ୍ରଭାସିନୀ ସାହାଣୀ ଓ ଶୋଭାଜନ ସାହାଣୀ ।

ସୂଚନା ଅନୁଯାୟୀ, ବିଲୁ ପଦର ଗ୍ରାମର ପ୍ରଭାସିନୀ ଓ ଶୋଭାଜନ ଘର ପାଖରେ ବୁଲୁଥିବାବେଳେ କେତକ ଦୁର୍ବୁତ୍ତ ବାଇକରେ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରି ତୁରନ୍ତ ସେଠାରୁ ଫେରାର୍ ହୋଇଯାଇଥିଲେ । ଏହାପରେ ପ୍ରଭାସିନୀ ଓ ଶୋଭାଜନଙ୍କୁ ପ୍ରଥମେ ଫିରିଙ୍ଗିଆ ମେଡିକାଲରେ ଚିକିତ୍ସା ପାଈଁ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ପରେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ୍ ମୃତୟନ କରାଯାଇଥିବାବେଳେ ମାମଲାର ରୁଜୁ କରି ଘଟଣାର ତଦନ୍ତ କରୁଛି ଫିରିଙ୍ଗିଆ ପୋଲିସ୍ ।

 

Show More

Related Articles

Back to top button