ସଭାରେ ପାକିସ୍ତାନ ଜିନ୍ଦବାଦ ନାରା ଦେବା ପ୍ରସଙ୍ଗ, AIMIM ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ

()ଗିରିଡିହ: ଗିରିଡିହରେ ଏଆଇଏମଆଇଏମ (AIMIM) ପ୍ରାର୍ଥୀ ରିଜଭି ଏବଂ ନୁରାନିଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ କରାଯାଇଛି । ଡୁମରି ବିଧାନସଭା ଉପନିର୍ବାଚନ ପାଇଁ ଅଲ୍ ଇଣ୍ଡିଆ ମଜଲିସ ଏ ଇତ୍ତେହାଦୁଲ ମୁସଲିମମ ପକ୍ଷରୁ ଆୟୋଜିତ ସଭାରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓବେସିଙ୍କ ଭାଷଣ ସମୟରେ ଦର୍ଶକଙ୍କ ଗ୍ୟାଲେରୀରୁ ପାକିସ୍ତାନ ଜିନ୍ଦାବାନ୍ଦ ନାରା ଶୁଣିବାକୁ ମିଳିଥିଲା । ଯାହା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏହି ପ୍ରସଙ୍ଗରେ ଗିରିଡିହ ଜିଲ୍ଲାପାଳ ନମନ ପ୍ରିୟେଶ ଲକଡା ଓ ଏସପି ଦୀପକ କୁମାର ଶର୍ମାଙ୍କ ଭିଡିଓ ପର୍ଯ୍ୟବେକ୍ଷଣ ଦଳ ଭାଷଣ ସମୟରେ ରେକର୍ଡ ହୋଇଥିବା ଭିଡିଓ ଉପରେ ତଦନ୍ତ କରିଥିଲେ । ଏହି ଭିଡିଓରୁ ସ୍ପଷ୍ଟ ଜଣାପଡିଛି ଯେ, ଦର୍ଶକ ଗ୍ୟାଲେରୀରୁ ପାକିସ୍ତାନ ଜିନ୍ଦାବାନ୍ଦ ନାରା ଦିଆଯାଇଥିଲା ।
ଏହି ପରିପ୍ରେକ୍ଷୀରେ, ଭାରତୀୟ ଦଣ୍ଡବିଧି ସଂହିତା ଏବଂ ଲୋକ ପ୍ରତିନିଧିତ୍ୱ ଅଧିନିୟମ ବିଭାଗ ଅଧୀନରେ ଏଆଇଏମ୍ଆଇଏମ୍ ପାର୍ଟି ପ୍ରାର୍ଥୀ ଅବଦୁଲ୍ ମୋବିନ୍ ରିଜଭି, ମୁଜାଫର ହସନ ନୁରାନୀ ଏବଂ ଅନ୍ୟ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଡୁମ୍ରି ପୋଲିସ ଷ୍ଟେସନରେ ଏଫଆଇଆର ପଞ୍ଜିକୃତ ହୋଇଛି।
ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, କୃତ୍ୟ ଆଦର୍ଶ ଆଚାର ସଂହିତାର ଉଲ୍ଲଂଘନ କରାଯାଇଥିବା ଭିଡିଓରୁ ଜଣାପଡୁଛି । ସାମ୍ପ୍ରଦାୟିକ ସଦଭାବନା ବିଗାଡିବାକୁ ପ୍ରୟାସ କରାଯାଇଛି ।