ଦୁର୍ଘଟଣାଦେଶ

ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ,୫ ମୃତ

ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୋରାଦାବାଦରେ ।  ବିଳମ୍ବିତ ରାତିରେ ତ୍ତରପ୍ରଦେଶର ମୋରାଦାବାଦରେ ଏକ ବିବାହ ଅନୁଷ୍ଠିତ ହେଉଥିବା ସମୟରେ ଏକ ୩ ମହଲା ବିଲ୍ଡିଂରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଉକ୍ତ ବିଲ୍ଡିଂରେ ଥିବା ୨ ମହିଳା ଓ ୩ ଶିଶୁଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀର ୫ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଶର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ସେହିପରି ବିଲ୍ଡିଂରେ ନିଆଁ ଲାଗିଥିବା ସମୟରେ  ସ୍ଥାନୀୟ ଲୋକେ ଉକ୍ତ ବିଲ୍ଡିଂରୁ ୭ ଜଣଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

 

Show More

Related Articles

Back to top button