Breaking PLUSଦେଶ ବିଦେଶମୁଖ୍ୟ ଖବର

ଫେବୃଆରୀ ସୁଦ୍ଧା ଦେଶର ଅଧା ନାଗରିକ ହୋଇସାରିଥିବେ ସଂକ୍ରମିତ

ଆସନ୍ତା ଫେବୃଆରୀ ସୁଦ୍ଧା ପ୍ରାୟ ଅର୍ଦ୍ଧାଧିକ ଭାରତୀୟ କରୋନା କବଳରେ ଆସିଯିବେ । ଅର୍ଦ୍ଧାଧିକ ଭାରତୀୟ କରୋନାରେ ସଂକ୍ରମିତ ହେବେ । ଏନେଇ ଏକ ସରକାରୀ କମିଟି ଅନୁମାନ ଲଗାଇଛି

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ଟପିଲାଣି । ପ୍ରତିଦିନ ହଜାର ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଭାରତ କେବଳ କରୋନା ସଂକ୍ରମିତ ମାମଲାରେ ଆମେରିକା ପଛରେ ରହିଛି । କିନ୍ତୁ ଗତ କିଛି ଦିନ ଧରି ଦେଶରେ କରୋନା ପଜିଟିଭ୍ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି ।ସରକାରୀ କମିଟିର କହିବାନୁଯାୟୀ, ପ୍ରାୟ ୩୦ ପ୍ରତିଶତ ଭାରତୀୟ ଏବେ ସଂକ୍ରମିତ ହୋଇ ସାରିଛନ୍ତି । ଏହି ସଂଖ୍ୟା ଆସନ୍ତା ଫେବ୍ରୁଆରୀରେ ୫୦ ପ୍ରତିଶତରେ ପହଁଚିବ । ଏହି ତଥ୍ୟ ଦେଇଛନ୍ତି ଆଇଆଇଟି କାନପୁରର ପ୍ରଫେସର ମହିନ୍ଦ୍ରା ଅଗ୍ରଓ୍ୱାଲ ।

କରୋନା ମୁକାବିଲା ନେଇ ଗଠିତ ଏକ କମିଟିର ସଦସ୍ୟ ଅଛନ୍ତି ମହିନ୍ଦ୍ରା ।କମିଟି ଆହୁରି ମଧ୍ୟ ଅନୁମାନ କରିଛି ଯେ, ସରକାରଙ୍କ ସେରୋ ସର୍ଭେର ଆକଳନଠାରୁ କରୋନା ସଂକ୍ରମଣ ହାର ଢେର ଅଧିକ । କେନ୍ଦ୍ରର ସର୍ଭେରେ କେବଳ ୧୪ ପ୍ରତିଶତ ନାଗରିକ ସଂକ୍ରମିତ ବୋଲି ଗତ ସେପ୍ଟେମ୍ବରରେ ରିପୋର୍ଟ ଆସିଥିଲା । ତେବେ ସେରୋ ସର୍ଭେରେ ସଂଗ୍ରହ କରାଯାଇଥିବା ନମୂନା ଭୁଲ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି ।କମିଟି କହିଛି ଯେ, କରୋନା ସଂକ୍ରମିତଙ୍କୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । କିଛି ଆକ୍ରାନ୍ତ ଟେଷ୍ଟ କରିଚନ୍ତି ଏବଂ ଆଉ କିଛି ଟେଷ୍ଟ କରି ନାହାଁନ୍ତି ।ଏହାସହ ଦୁର୍ଗାପୂଜା ଓ ଦୀପାବଳିରେ କରୋନା ମାମଲା ବୃଦ୍ଧି ପାଇବ ବୋଲି କମ୍ପାନୀ ଆକଳନ କରିଛି ।

Show More

Related Articles

Back to top button