ଦେଶ ବିଦେଶରାଜନୀତି

ଆମେରିକା ରା​‌ଷ୍ଟ୍ରପତି ନିର୍ବାଚନ: ଅକ୍ଟୋବର ୨୨ରେ ଟ୍ରମ୍ପ ଓ ଜୋ ବିଡେନଙ୍କ ମଧ୍ୟରେ ଶେଷ ବାକଯୁଦ୍ଧ

ଆମେରିକା ରା​‌ଷ୍ଟ୍ରପତି ନିର୍ବାଚନର ପ୍ରଚାର ଅଭିଯାନ ଏବେ ଅନ୍ତିମ ପର୍ଯ୍ୟାୟରେ । ନଭେମ୍ବର ୩ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନଙ୍କ ମଧ୍ୟରେ ବାକଯୁଦ୍ଧ ଜାରି ରହିଛି

ଆମେରିକା ରା​ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦ ପାଇଁ ଶେଷ ରାଷ୍ଟ୍ରପତି ନିର୍ବାଚନ ବିତର୍କରେ ବିଦେଶ ନୀତି ପ୍ରସଙ୍ଗ ଉପରେ ହେବା ନେଇ ଦାବି କରିଛନ୍ତି। ତେବେ ଆଗାମୀ ପ୍ରେସିଡେନସିଅଲ ବିତର୍କ ଅକ୍ଟୋବର ୨୨ରେ ଅନୁଷ୍ଠିତ ହେବ।ଟ୍ରମ୍ପଙ୍କ ପ୍ରଚାର ଅଭିଯାନର ମୁଖ୍ୟ ବିଲ ଷ୍ଟେଫିୟନ ନିର୍ବାଚନ ଆୟୋଗକୁ ଏକ ଚିଠି ଳେଖିଛନ୍ତି। ଏଥିରେ ସେ ବିଦେଶନୀତି ଉପରେ ଅନ୍ତିମ ନିର୍ବାଚନୀ ବିତର୍କ କରାଯିବା ଦାବି କରିଛନ୍ତି। ସେ ଲେଖିଛନ୍ତି ‘ପ୍ରଚାରର ଅଖଣ୍ଡତା ଓ ଆମେରିକାବାସୀଙ୍କ ହିତ ପାଇଁ ଅକ୍ଟୋବର ୨୨ରେ ହେବାକୁ ଥିବା ପ୍ରେସଡେନସିଅଲ ଡିବେଟ୍ ବିଦେଶ ନୀତି ଉପରେ କରିବାକୁ ଅନୁରୋଧ କରିଛନ୍ତି।

ଏହି ବିତର୍କ ଉପରେ ସହମତି ପ୍ରକାଶ ପାଇଛି ଓ ଗତ ପ୍ରଚାରରେ ମଧ୍ୟ ଏହା ହିଁ ଥିଲା ପରମ୍ପରା।’ଷ୍ଟେଫିୟନ ଚିଠିରେ ଆହୁରି ଲେଖିଛନ୍ତି ମୋଡରେଟର କ୍ରିଷ୍ଟନ ଓ୍ବେଲକର କରୋନା ବିରୋଧରେ ଲଢ଼େଇ, ଆମେରିକୀୟ ନାଗରିକ, ଜଳବାୟୁ ପରିବର୍ତନ, ନେତୃତ୍ବ ଓ ବିଦେଶ ନୀତି ଭଳି କିଛି ପ୍ରସଙ୍ଗ ଘୋଷଣା କରିଛନ୍ତି। ଯେଉଁଥିରୁ ଅଧିକାଂଶ ପ୍ରସଙ୍ଗ ପୂର୍ବରୁ ହୋଇଥିବା ବିତର୍କରେ ଚର୍ଚା ହୋଇସାରିଛି। ଏହା ସହ ବିତର୍କ ବେଳେ ଆଶାୟୀ ପ୍ରାର୍ଥୀଙ୍କ ଫୋନ ବନ୍ଦ ରଖିବା ମଧ୍ୟ ଦାବି କରିଛନ୍ତି।

Show More

Related Articles

Back to top button