ଭାରତୀୟ କରୋନା ଷ୍ଟ୍ରେନ୍ ପାଇଁ ବଢୁଛି ବିଶ୍ୱରେ ଆତଙ୍କ
କରୋନା ଭାଇରସର ଭାରତୀୟ ଷ୍ଟ୍ରେନକୁ ମାରତ୍ମକ କହିଲା ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ। ଭାରତୀୟ ଷ୍ଟ୍ରେନ୍ ବି 1617କୁ ଅଧିକ ସଂକ୍ରାମକ ବୋଲି କହିଛି ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ। ତେବେ କରୋନାର ଏହି ନୂଆ ଷ୍ଟ୍ରେନରେ ଭ୍ୟାକ୍ସିନ କେତେ ଉପାଦେୟ ତାହା ଅଧ୍ୟୟନ କରାଯାଇ ନାହିଁ। ଏନେଇ ଭାରତ ସମେତ ଅନ୍ୟ ଦେଶ ଓ ଡବ୍ଲ୍ୟୁଏଚଓ ଅଧ୍ୟୟନ କରୁଛି।

ଡବ୍ଲ୍ୟୁଏଚଓର କୋଭିଡ-୧୯ ବିଶେଷଜ୍ଞ ମାରିୟା ବୈନ କହିଛନ୍ତି ଯେ, କରୋନାର ଏହି ନୂଆ ସ୍ଵରୂପକୁ ନେଇ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ବିଭିନ୍ନ ଦଳ ଚର୍ଚ୍ଚା କରୁଛନ୍ତି। ଭାରତୀୟ ଷ୍ଟ୍ରେନର ସଂକ୍ରାମକ କ୍ଷମତା ଅଧିକ ଥିବାରୁ ବେଶ୍ଵିକ ସ୍ତରରେ ଏହା ଚିନ୍ତାଜନକ ବିଷୟ।
ଭାରତରେ ଘାତକ ହେଉଛି ନୂଆ ଷ୍ଟ୍ରେନ୍। ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଚାରିଆଡେ ହା ହାକାର ସୃଷ୍ଟି କରିଛି କରୋନାର ଦ୍ଵିତୀୟ ଲହରୀ। ଦିନକୁ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯାହାକି ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏବଳି ସ୍ଥିତିରେ ଟିକାକରଣ ହିଁ ମୁଖ୍ୟ ଅସ୍ତ୍ର ବୋଲି ମଧ୍ୟ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ସ୍ପଷ୍ଟ କରି ସାରିଛି।