Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଜାରି ରହିଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ୩,୨୯,୯୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ଭାଇରସକୁ ନେଇ ସାମାନ୍ୟ ଆଶ୍ୱସ୍ତି କଲା ଭଳି ଖବର ଆସିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଛି । ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୯,୯୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ୨୪ ଘଣ୍ଟା ଭିତରେ ୩୮୭୬ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାସହ ଦିନକ ଭିତରେ ୩,୫୬,୦୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡିସଚାର୍ଜ ହେଉଥିବା ଲୋକଙ୍କ ମଧ୍ୟରେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଦିଲ୍ଲୀରୁ ୭୪ ପ୍ରତିଶତ ରୋଗୀ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ କରୋନା ଆକ୍ଟିଭ୍ ମାମଲାରେ ୩୦୦୧୬ ହ୍ରାସ ପାଇଛି । ଏବେ ଦେଶରେ କରୋନା ଭାଇରସ୍ ଆକ୍ଟିଭ୍ ମାମଲ ୩୭,୧୫,୨୨୧ ହୋଇଛି । ସେହିପରି ଦେଶରେ ଏପର୍ଯ୍ୟନ୍ତ ୧.୯୦ କୋଟି ଲୋକ ସୁସ୍ଥ ହୋଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୨.୨୯ କୋଟିରୁ ଅଧିକ ମାମଲା ସାମ୍ନାକୁ ଆସିଛି । ହୁଏତ କରୋନା ମାମଲା ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ମୃତ୍ୟୁ ସଂଖ୍ୟା ଏବେବି ଚିନ୍ତାର ବିଷୟ ରହିଛି । ଏପର୍ଯ୍ୟନ୍ତ ଦେଶରେ ୨୪୯୯୯୨ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି । ଏଥିସହ କରୋନା ଭାଇରସରେ ହେଉଥିବା ମୃତ୍ୟୁ ହାର ୧.୦୯ ପ୍ରତିଶତ ରହିଛି ।

Show More

Related Articles

Back to top button