Breaking PLUSଦେଶମୁଖ୍ୟ ଖବର

ଚାଷୀଙ୍କ ବଡ଼ ନିଷ୍ପତ୍ତି, ଟ୍ରାକ୍ଟର ରାଲିକୁ ସ୍ଥଗିତ ରଖାଯିବ

ବିବାଦୀୟ ସମସ୍ତ ୩ କୃଷି ଆଇନକୁ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର । ଦୀର୍ଘ ଦିନ ହେଲା ଧାରଣାରେ ବସିଥିବା ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ଏଭଳି ବଡ ପଦକ୍ଷେପ ନେଇଥି​‌ଲେ । ତେବେ ସଂସଦର ଉଭୟ ଗୃହରେ ନୂଆ କୃଷି ଆଇନ ଗୃହୀତ ହୋଇସାରିଛି । ତେବେ ବର୍ତ୍ତମାନ କୃଷି ବିଲକୁ ଅକାମି କରିବା ପାଇଁ ପ୍ରସ୍ତାବ ଆଣିବେ କେନ୍ଦ୍ର ସରକାର ।

ଏହା ପରେ ଯାଇ କୃଷି ଆଇନ ଅକାମୀ ହେବ । ତେବେ ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଂସଦରେ ବିଲ ପାସ୍‌ ହେବାକୁ ୨ଦିନ ବାକିଥିବା ବେଳେ ବଡ ନିଷ୍ପତ୍ତି ନେଇଛନ୍ତି ଚାଷୀ । ସଂସଦ ମାର୍ଗକୁ ଟ୍ରାକ୍ଟର ମାର୍ଚ୍ଚ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ । ଏନେଇ ଆଜି ଅନୁଷ୍ଠିତ ହୋଇଥିବା କୃଷକ ମହାପଞ୍ଚାୟତରେ ଘୋଷଣା କରାଯାଇଛି । ଆଜି ସିଂଘୁ ଏବଂ ଟିକରୀ ସୀମାରେ ଧାରଣାରେ ବସିଥିବା ଚାଷୀ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଗାମୀ ରଣନୀତି ବାବଦରେ ଚର୍ଚ୍ଚା ହୋଇଥିଲା । ଯେଉଁଥିରେ ସଂସଦ ମାର୍ଗ ଯାଏ ହେବାକୁ ଥିବା ଟ୍ରାକ୍ଟର ରାଲିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ‘ଡିସେମ୍ବର ୪ ତାରିଖରେ ହେବାକୁ ଥିବା ବୈଠକରେ ଆଗାମୀ ରଣନୀତି ବାବଦରେ ଆଲୋଚନା ହେବ । ଏହି ବୈଠକରେ ଅନ୍ୟ କିଛି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ’ ।

କେନ୍ଦ୍ର ସରକାର ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବି କୃଷକ ସଂଗଠନ ଆନ୍ଦୋଳନ ସମାପ୍ତ କରିବାକୁ ରାଜି ନାହାନ୍ତି । ଏବେ କୃଷି ମନ୍ତ୍ରୀ ପୁଣି ଥରେ କୃଷକଙ୍କୁ ଘରକୁ ଫେରି ଯିବାକୁ ଅପିଲ୍ କରିଛନ୍ତି । ତୋମାର କହିଛନ୍ତି, ସରକାର ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ହିଁ କୃଷି ଆଇନ ପ୍ରତ୍ୟାହାର ବିଧେୟକ ଆଗତ କରିବେ । ଏହା ବ୍ୟତୀତ ଏମଏସପି ପ୍ରତିଶ୍ରୁତି ମଧ୍ୟ ପୂରଣ କରାଯିବ । ନଡା ଜାଳିବା ପ୍ରସଙ୍ଗ ଉପରେ ମଧ୍ୟ କୃଷକଙ୍କ ଦାବି ସରକାର ମାନିଛନ୍ତି । ତେଣୁ ବର୍ତ୍ତମାନ ପ୍ରଦର୍ଶନ କରିବା ଉଚିତ୍ ନୁହେଁ ବୋଲି କୃଷି ମନ୍ତ୍ରୀ ତୋମାର କହିଛନ୍ତି ।

କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବିବିଧତା, ଶୂନ୍ୟ ବଜେଟ୍ କୃଷି ଏବଂ ଏମଏସପି ପ୍ରଣାଳୀକୁ ଆହୁରି ପାରଦର୍ଶିତା ଏବଂ ପ୍ରଭାବଶାଳୀ କରିବା ପାଇଁ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି । ଏହି କମିଟିରେ କୃଷକ ସଂଗଠନର ପ୍ରତିନିଧି ମଧ୍ୟ ସାମିଲ୍ ହେବେ । ଏହି କମିଟି ଗଠନ ସହିତ ଏମଏସପି ଉପରେ କୃଷକଙ୍କ ଦାବି ମଧ୍ୟ ପୂରା କରାଯିବ ।

Show More

Related Articles

Back to top button