Breaking PLUSମୁଖ୍ୟ ଖବର

ଦକ୍ଷିଣ ଆଫ୍ରିକା ଫେରନ୍ତା ମୁମ୍ୱାଇରେ ହେବେ କ୍ୱାରେଣ୍ଟାଇନ

କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ ବିଶ୍ୱର ଅନେକ ଦେଶରେ ଆତଙ୍କ ଖେଳାଇ ଚାଲିଛି । ମୁଖତଃ ଦକ୍ଷିଣ ଆଫ୍ରିକାରେ ଏହାର କେସ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ମୁମ୍ୱାଇ ସହରର ମେୟର କିଶୋରୀ ପେଡନେକର ଘୋଷଣା କରିଛନ୍ତି କି ଦକ୍ଷିଣ ଆଫ୍ରିକାରୁ ମୁମ୍ୱାଇରେ ପହଞ୍ଚୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କରୋନା ଭାଇରସର ନୂଆ ଓମିକ୍ରନ୍ ସଂସ୍କରଣର ପ୍ରସାରକୁ ନଜରରେ ରଖି କ୍ୱାରେଣ୍ଟାଇନରେ ରହିବାକୁ ହେବ ।

ସେପଟେ କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନଜରରେ ରଖି ଦକ୍ଷିଣ ଆଫ୍ରିକାରୁ ଭାରତ ଆସୁଥିବା ବିମାନ ଉପରେ ପ୍ରତିବନ୍ଧକ ଲଗେଇବାର ଦାବି ମଧ୍ୟ ଉଠିଛି । ଏହି ସମୟରେ ମୁମ୍ୱାଇର ମେୟର କିଶୋରୀ ପେଡେନକର ଏହି ଘୋଷଣା କରିଛନ୍ତି କି ଦକ୍ଷିଣ ଆଫ୍ରିକାରୁ ମୁମ୍ୱାଇ ଆସୁଥିବା ପ୍ରତି ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବା ଅନିବାର୍ଯ୍ୟ ହେବ ।

ଏହା ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଉଡାଣକୁ ରୋକିବା ପାଇଁ ଅନୁରୋଧ କରିଥିଲେ । ସେ ଟ୍ୱିଟରରେ କହିଥିଲେ , ମୁଁ ମାନନୀୟ ପିଏମ୍‌ଙ୍କୁ ସେହି ଦେଶ ଗୁଡ଼ିକୁ ଉଡାଣ ବନ୍ଦ କରିବାକୁ ଅନୁରୋଧ କରୁଛି ,ଯେଉଁ ଦେଶ ନୂଆ ସଂସ୍କରଣରେ ପ୍ରଭାବିତ । ବହୁତ କଷ୍ଟରେ ଆମ ଦେଶ କରୋନାରୁ ମୁକ୍ତି ପାଉଛି । ଆଉ ଏହି କ୍ରମରେ ଆମେ ଏହି ନୂଆ ସଂସ୍କରଣକୁ ଭାରତରେ ପ୍ରବେଶ କରିବାରେ ରୋକିବା ପାଇଁ ଯଥା ସମ୍ଭବ ପ୍ରୟାସ କରିବା ଉଚିତ୍‌ ।

Show More

Related Articles

Back to top button